ଆଗାମୀ ମ୍ୟାଚ୍ ଉପରେ ନଜର

ଭୁବନେଶ୍ୱର ,ମଙ୍ଗଳବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଇଂଲଣ୍ଡ ପାକିସ୍ତାନକୁ ଦୁଇ ୱିକେଟ୍ରେ ପରାସ୍ତ କରି କେବଳ ନିଜର ସ୍ଥିତିକୁ ମଜବୁତ କରିନଥିଲା, ବରଂ ସେମିଫାଇନାଲରେ. ସ୍ଥାନ ମଧ୍ୟ ସୁରକ୍ଷିତ କରିଥିଲା। ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ୍ ଏକ ଚମତ୍କାର ଶତକ ହାସଲ କରି ଦଳକୁ ବିଜୟୀ କରାଇଥିଲେ।ହି ସୁପର ୮ ମ୍ୟାଚରେ, ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୬୪ ରନ କରିଥିଲା। ଟାର୍ଗେଟ ଅଧିକ ନଥିଲା, କିନ୍ତୁ ଇଂଲଣ୍ଡ ଶେଷ ଓଭରରେ ମ୍ୟାଚ ଜିତିଥିଲା।ପାକିସ୍ତାନର ସେମିଫାଇନାଲ ଆଶା ଏବେ ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କାର ପ୍ରଦର୍ଶନ ଉପରେ ମୁଖ୍ୟତଃ ନିର୍ଭର କରୁଛି। ଯଦି ନ୍ୟୁଜିଲ୍ୟାଣ୍ଡ ସୁପର ୮ରେ ଶ୍ରୀଲଙ୍କା ଏବଂ ଇଂଲଣ୍ଡ ବିପକ୍ଷରେ ତା’ର ଦୁଇଟି ମ୍ୟାଚ୍ ଜିତିଯାଏ, ତେବେ ପାକିସ୍ତାନର ଯାତ୍ରା ଏଇଠାରେ ହିଁ ଶେଷ ହୋଇଯିବ।ଯଦି ନ୍ୟୁଜିଲ୍ୟାଣ୍ଡ ଗୋଟିଏ ମ୍ୟାଚ୍ ହାରିଯାଏ ଏବଂ କେବଳ ଗୋଟିଏ ଜିତିଯାଏ, ତେବେ ପାକିସ୍ତାନ ପାଖରେ ଆଉ ଗୋଟିଏ ସୁଯୋଗ ରହିବ। ଗ୍ରୁପ୍-୨ର ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକ ଏବେ ପାକିସ୍ତାନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଆଜି ନ୍ୟୁଜିଲାଣ୍ଡ ବନାମ ଶ୍ରୀଲଙ୍କା ମ୍ୟାଚ୍ ହେବାକୁ ଥିବା ବେଳେ ଫେବୃଆରୀ ୨୭ରେ, ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ ଏବଂ ଫେବୃଆରୀ ୨୮ରେ ପାକିସ୍ତାନ ବନାମ ଶ୍ରୀଲଙ୍କା ମ୍ୟାଚ୍ ଅନୁଷ୍ଠିତ ହେବ ।




