
ଭୁବନେଶ୍ୱର ,ଅଳିଆ ଗାଡି ଆଗରେ ଶୋଇ ପଡିଲେ କାଉନ୍ସିଲର। ବିନା ଟେଣ୍ଡରରେ ନୂଆ ଅଳିଆ ଗାଡି ଆଣିଥିବା ଅଭିଯୋଗ କରି ଏନଏସି କାର୍ଯ୍ୟାଳୟରେ, ଆମରଣ ଅନଶନରେ ବସିଛନ୍ତି କାଉନ୍ସିଲର।
କାଉନସିଲର ଚେୟାରମ୍ୟାନ କଥା କଟାକଟି।
ନୀଳଗିରି ଏନଏସି ଅଫିସରେ ହାଇଡ୍ରାମା।ବୈଠକରେ ଏ ନେଇ ଆଲୋଚନା ହୋଇଥିଲା, କିନ୍ତୁ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା।
ହେଲେ ଚେୟାରମ୍ୟାନ ଓ ଅଫିସର କାଉନ୍ସିଲରଙ୍କୁ ନଜଣାଇ ପୁଣି ବ୍ୟାଟେରୀ ଗାଡି ଆଣିଥିବା ଅଭିଯୋଗ କରିଛନ୍ତି ଗୌରାଙ୍ଗ ବିନ୍ଧାଣି।
ନୂଆ ଅଳିଆ ଗାଡି ପୂଜା ବେଳେ,ଏନଏସି ଚେୟାରମ୍ୟାନ ଓ ଅଧିକାରୀଙ୍କ ସହ ୧୦ ନମ୍ବର ୱାର୍ଡ କାଉନସିଲର ଗୌରାଙ୍ଗ ବିନ୍ଧାଣିଙ୍କ ଯୁକ୍ତିତର୍କ ହୋଇଥିଲା।
ଏନଏସିରେ ପୂର୍ବ ବ୍ୟବହୃତ ବ୍ୟାଟେରୀ ଚାଳିତ ଅଳିଆ ଗାଡି ଖରାପ ହେଉଥିବାରୁ ଡିଜେଲ ଗାଡି ଆଣିବା ପାଇଁ, ଦାବି କରିଥିଲେ କାଉନ୍ସିଲର।




