ଜାତୀୟରାଜନୀତି

ଇନଷ୍ଟାଗ୍ରାମରେ ମୋଦୀଙ୍କ ଜଲୱା

ଭାରତର ଇନ୍‌ଷ୍ଟା କିଙ୍ଗ୍‌ ପାଲଟିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର,୨୬/୦୨/୨୦୨୬: ସୋସିଆଲ ମିଡିଆ ଦୁନିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାଲୱା । ଇନଷ୍ଟାଗ୍ରାମରେ ଫଲୋଅର୍ସଙ୍କ ସଂଖ୍ୟାକୁ ନେଇ ଏବେ ନୂଆ ଇତିହାସ ରଚିଛନ୍ତି ମୋଦି। ବିଶ୍ୱର ନମ୍ବର-ୱାନ ଲୋକପ୍ରିୟ ନେତା ଭାବେ ସେ ପୁଣିଥରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ଏବେ ୧୦୦ ମିଲିୟନ ଅର୍ଥାତ ୧୦ କୋଟି ଟପି ଯାଇଛି। ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ସେ ହେଉଛନ୍ତି ଭାରତର ପ୍ରଥମ ରାଜନେତା ଏପରିକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ସେ ବହୁ ପଛରେ ପକାଇଛନ୍ତି। ଟ୍ରମ୍ପଙ୍କର ୪୩.୨ ମିଲିୟନ ଫଲୋଅର୍ସ ଥିବା ବେଳେ ମୋଦିଙ୍କ ଲୋକପ୍ରିୟତା ତାଙ୍କ ଠାରୁ ଦୁଇ ଗୁଣରୁ ଅଧିକ ହୋଇଛି।

୨୦୧୪ ମସିହାରେ ପ୍ରଥମେ ଇନଷ୍ଟାଗ୍ରାମରେ ଯୋଗ ଦେଇଥିଲେ ନରେନ୍ଦ୍ର ମୋଦି। ଗତ ୧୦ ବର୍ଷ ମଧ୍ୟରେ ତାଙ୍କର ଆକାଉଣ୍ଟ ବିଶ୍ୱର ପ୍ରମୁଖ ନେତାମାନଙ୍କ ମଧ୍ୟରେ ସବୁଠାରୁ ଆକର୍ଷଣୀୟ ଡିଜିଟାଲ ପ୍ଲାଟଫର୍ମ ପାଲଟିଛି। କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ମୋଦିଙ୍କ କ୍ରେଜ୍ ବଢ଼ି ବଢ଼ି ଚାଲିଛି।

ଯଦି ଆମେ ଅନ୍ୟ ଅନ୍ତର୍ଜାତୀୟ ନେତାଙ୍କ ସହ ତୁଳନା କରିବା, ତେବେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋଙ୍କର ୧୫ ମିଲିୟନ, ବ୍ରାଜିଲ ରାଷ୍ଟ୍ରପତିଙ୍କର ୧୪.୪ ମିଲିୟନ, ତୁର୍କୀ ରାଷ୍ଟ୍ରପତିଙ୍କର ୧୧.୬ ମିଲିୟନ ଏବଂ ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କର ୬.୪ ମିଲିୟନ ଫଲୋଅର୍ସ ରହିଛନ୍ତି। ସେହି ତୁଳନାରେ କମ ସମୟ ଭିତରେ ସମସ୍ତଙ୍କ ଠାରୁ ମୋଦି ବହୁ ଆଗରେ ରହିଛନ୍ତି।

କେବଳ ଇନଷ୍ଟାଗ୍ରାମ ନୁହେଁ, ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ମଧ୍ୟ ତାଙ୍କର ୫୪ ମିଲିୟନ ଫଲୋଅର୍ସ ଅଛନ୍ତି। ସୋସିଆଲ ମିଡିଆର ପ୍ରତିଟି ପ୍ଲାଟଫର୍ମରେ ମୋଦିଙ୍କର ଏହି ବଢ଼ୁଥିବା ଲୋକପ୍ରିୟତା ପ୍ରମାଣ କରୁଛି ଯେ, ସେ କେବଳ ଜଣେ ନେତା ନୁହନ୍ତି, ବରଂ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ୍। ଇନଷ୍ଟାଗ୍ରାମରେ ୧୦ କୋଟି ଫଲୋଅର୍ସଙ୍କ ସହ ମୋଦି ଏବେ ବିଶ୍ୱ ରାଜନୀତିର ‘ଡିଜିଟାଲ କିଙ୍ଗ’।

Related Articles

Back to top button