ଅନ୍ୟାନ୍ୟକ୍ରୀଡ଼ା

ରେଣୁକା ସିଂହ ଠାକୁରଙ୍କ ସ୍ଥାନ ନେଲେ କଶ୍ୱୀ ଗୌତମ

ଭୁବନେଶ୍ୱର,ଭାରତୀୟ ଦଳ ଏବେ ମାର୍ଚ୍ଚ ୬ରୁ ଆୟୋଜକ ବିପକ୍ଷରେ ଗୋଟିଏ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍, ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚ୍ ପାଇଁ ଦଳ ପୂର୍ବରୁ ଘୋଷଣା କରାଯାଇଥିଲା। ବିସିସିଆଇ ଏବେ ଏକ ପରିବର୍ତ୍ତନ ଘୋଷଣା କରିଛି, ଯେଉଁଥିରେ ୨୨ ବର୍ଷୀୟ ଦ୍ରୁତ ବୋଲର କଶ୍ୱୀ ଗୌତମଙ୍କୁ ସାମିଲ କରାଯାଇଛି।କଶ୍ୱୀ ଗୌତମଙ୍କ ବିଷୟରେ, କହିବାକୁ ଗଲେ, ୨୨ ବର୍ଷୀୟ ଦ୍ରୁତ ବୋଲର ଆନ୍ତର୍ଜାତୀୟ କ୍ରିକେଟରେ ଟିମ୍ ଇଣ୍ଡିଆ ପାଇଁ କେବଳ ଛଅଟି ଦିନିକିଆ ଖେଳିଛନ୍ତି, କେବଳ ତିନୋଟି ୱିକେଟ ନେଇଛନ୍ତି। ତେଣୁ, ଯଦି କଶ୍ୱୀ ଏହି ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳିବାର ସୁଯୋଗ ପାଆନ୍ତି, ତେବେ ଏହା ତାଙ୍କ ପ୍ରତିଭା ପ୍ରଦର୍ଶନ କରିବାର, ଏକ ମହାନ ସୁଯୋଗ ହେବ।ଟିମ୍ ଇଣ୍ଡିଆ ପର୍ଥର ୱାକା କ୍ରିକେଟ୍ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ମ୍ୟାଚ୍ ପୂର୍ବରୁ, ଅଭିଜ୍ଞ ଦ୍ରୁତ ବୋଲର ରେଣୁକା ସିଂହ ଠାକୁରଙ୍କୁ, ତାଙ୍କ କାର୍ଯ୍ୟଭାର ଯୋଗୁଁ ବିଶ୍ରାମ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତାଙ୍କ ସ୍ଥାନରେ କଶ୍ୱୀ ଗୌତମଙ୍କୁ ଚୟନ କରାଯାଇଛି। ବିସିସିଆଇ ସଚିବ ଦେବଜିତ ସାଇକିଆ ଏକ ବିବୃତ୍ତିରେ କହିଛନ୍ତି ଯେ ୱାର୍କ ଲୋଡ ଯୋଗୁଁ, ରେଣୁକାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ତେଣୁ, ସେ ଏହି ଟେଷ୍ଟରେ ଚୟନ ପାଇଁ ଉପଲବ୍ଧ ହେବେ ନାହିଁ। ବିସିସିଆଇ ଡାକ୍ତରୀ ଦଳ ରେଣୁକାଙ୍କ ଫିଟନେସ୍ ଉପରେ କଡ଼ା ନଜର ରଖିବ।

Related Articles

Back to top button