ଓଡ଼ିଶାରାଜନୀତି

ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜି

ଭୁବନେଶ୍ୱର ,ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ଗୋଟିଏ ଲକ୍ଷରେ ଏକ ହୋଇଥିବା ଉଭୟ ବିରୋଧୀ ବିଜେଡି ଏବଂ କଂଗ୍ରେସ ଏକାଠି ହୋଇ ବିଧାନସଭାର ବଜେଟ ଅଧିବେଶନରେ, ସରକାରଙ୍କ ବିରୋଧରେ କଡା ଆଭିମୁଖ୍ୟ ପୋଷଣ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି ।ଆଜି ବିଭାଗୀୟ ଅନୁଦାନ ପାଇଁ ବଜେଟ୍ ଦାବି ଏବଂ କମିଟି ରିପୋର୍ଟ ଉପରେ, ବିସ୍ତୃତ ଆଲୋଚନା କରାଯିବ । ପ୍ରଥମ ଅଧିବେଶନରେ ବିରୋଧୀ ଗୃହ ଅଚଳ କରିଥିଲେ। ବିରୋଧୀଙ୍କ କଡା ଆଭିମୁଖ୍ୟ ଯୋଗୁ ବାରମ୍ବାର ଗୃହ ମୁଲତବୀ ଘୋଷଣା କରାଯାଇଥିଲା ।ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଏବଂ ବିଜେଡି ଏକ ହୋଇ ବିଜେପି ବିରୋଧରେ ମିଳିତ ପ୍ରାର୍ଥୀ ଦେଇଛନ୍ତି । ତେବେ ବିରୋଧୀଙ୍କ ମେଳି ସରକାରଙ୍କ, ପାଇଁ ବିପଦ ହୋଇପାରେ ।ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ବିଭାଗୀୟ ଅନୁଦାନ ଉପରେ, ଆଲୋଚନା ହେବ । କୃଷି ଏବଂ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଇ ଫେବୃଆରୀ ୨୦ରେ ଉପସ୍ଥାପିତ ୨୦୨୬-୨୭ ପାଇଁ ବାର୍ଷିକ ବଜେଟ୍ ଉପରେ ଉଭୟ ସରକାରୀ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ଆଲୋଚନା ହେବ । ଅଧିବେଶନରେ କମିଟି ରିପୋର୍ଟ ଉପସ୍ଥାପନ ଏବଂ ବିଭିନ୍ନ ବିଭାଗର ଅନୁଦାନ ଉପରେ ଭୋଟ ଅନ୍ତର୍ଭୁକ୍ତ ।

Related Articles

Back to top button