କ୍ରୀଡ଼ା

T-20 ବିଶ୍ୱକପ ବିଜୟ ପରେ ଭାରତ ଉପରେ ଟଙ୍କାର ବର୍ଷା ;ICC ଦେଲା …

ନୂଆଦିଲ୍ଲୀ,୦୯/୦୩/୨୦୨୬: T -20 ବିଶ୍ୱକପ ଜିତିଲା ଭାରତ । କୋଟି କୋଟି ଟଙ୍କା ଉଡାଇଲା ICC । କ୍ରିକେଟ ଜଗତରେ ପୁଣି ଥରେ ଭାରତୀୟ ପତାକା ଉଡ଼ିଛି । T-20 ବିଶ୍ୱକପ 2026 ରେ ଏକ ତରଫା ମ୍ୟାଚ ଜିତିଛି ଭାରତ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତୀୟ ବ୍ୟାଟ୍ସମ୍ୟାନମାନେ କିୱି ବୋଲରଙ୍କୁ ନିର୍ଧୁମ ଛେଚି ଏକ ବିଶାଳ ସ୍କୋର ଛିଡ଼ା କରିଥିଲେ।

ବ୍ୟାଟିଂରେ ବିସ୍ଫୋରଣ ଓପନର୍ ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ  ଆରମ୍ଭରୁ ହିଁ ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିରଧୁମ ପିଟିଥିଲେ । ଅଭିଷେକ ମାତ୍ର ୧୮ ବଲରେ ଅର୍ଦ୍ଧଶତକ ପୂରଣ କରିଥିବା ବେଳେ, ସଞ୍ଜୁ ସାମସନ ୮୯ ରନର ଏକ ବିସ୍ଫୋରକ ଇନିଙ୍ଗସ ଖେଳିଥିଲେ। ଏହାପରେ ଇଶାନ କିଶନ ୫୪ ରନ ଏବଂ ଶେଷ ଆଡ଼କୁ ଶିବମ ଦୁବେ  ମାତ୍ର ୮ ବଲରେ ୨୪ ରନ ସଂଗ୍ରହ କରି ଭାରତର ସ୍କୋରକୁ ୨୫୫ ରନରେ ପହଞ୍ଚାଇ ଦେଇଥିଲେ। ବିଶ୍ୱକପ ଫାଇନାଲ ଇତିହାସରେ ଏହା ସର୍ବାଧିକ ଦଳଗତ ସ୍କୋର ।

୨୫୬ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ଦଳ ଆରମ୍ଭରୁ ହିଁ ଚାପଗ୍ରସ୍ତ ହୋଇଥିଲା। ଯଶପ୍ରୀତ ବୁମରା  ଏବଂ ଅକ୍ଷର ପଟେଲଙ୍କ ଶାଣିତ ବୋଲିଂ ଆଗରେ କିୱି ବ୍ୟାଟ୍ସମ୍ୟାନମାନେ ଆଣ୍ଠେଇ ପଡ଼ିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ କେବଳ ଟିମ୍ ସାଇଫର୍ଟ କିଛି ସମୟ ସଂଘର୍ଷ କରିଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନଥିଲା। ଶେଷରେ ଭାରତ ଏହି ବାଜିକୁ ଜିତି ନେବା ସହ ବିଶ୍ୱକପ ଟ୍ରଫି ହେଇଥିଲା ।

ବିଜୟ ପରେ ଟିମ୍ ଇଣ୍ଡିଆ ଉପରେ ହୋଇଛି ଧନର ବର୍ଷା , କୋଟି କୋଟି ଟଙ୍କା ଉଜାଡ଼ି ଦେଇଛି ICC। ବିଜେତା ଭାରତୀୟ ଦଳକୁ ପୁରସ୍କାର ସ୍ୱରୂପ ମିଳିଛି ୨୭ କୋଟି ୪୮ ଲକ୍ଷ ଟଙ୍କା । ଏଥିସହିତ BCCI ମଧ୍ୟ ବିଶ୍ୱବିଜୟୀ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ବୋନସ ଘୋଷଣା କରିବାକୁ ଯାଉଛି। କ୍ରିକେଟ ଇତିହାସରେ ଏହା ସବୁଠାରୁ ବଡ଼ ପ୍ରାଇଜ୍ ମନି ବୋଲି କୁହାଯାଉଛି।

Related Articles

Back to top button