
ଭୁବନେଶ୍ୱର ,ଭୁବନେଶ୍ୱରର ବୁଦ୍ଧ ଜୟନ୍ତୀ ପାର୍କରେ ‘ଏଲଇଡି ଡ୍ରୋନ୍ ପ୍ରଦର୍ଶନୀ’ ଜରିଆରେ ଫିଲ୍ମର ଟିଜରକୁ ରିଲିଜ୍ କରିଛି ‘ମନ୍ତ୍ର ମୁଗ୍ଧ’ ଟିମ୍ । ଓଲିଉଡ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଟିଜର ରିଲିଜ୍ ହୋଇଥିବା ବେଳେ ଫିଲ୍ମର ଟିଜରଟି ସତରେ ଦର୍ଶକମାନଙ୍କୁ ମନ୍ତ୍ର ମୁଗ୍ଧ କରିଛି । ଆଉ ଫିଲ୍ମର କାହାଣୀକୁ ନେଇ, ଏମିତି କିଛି କହିଛନ୍ତି ନିର୍ଦ୍ଦେଶକ ଓ ପ୍ରଯୋଜକ ।ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ମୁକ୍ତିଲାଭ କରିବାକୁ ଯାଉଥିବାବେଳେ, ଚଳଚ୍ଚିତ୍ରଟି ‘ଅମିୟ ପଟ୍ଟନାୟକ ପ୍ରଡକ୍ସନ୍ସ’ ବ୍ୟାନରରେ ନିର୍ମିତ ହୋଇଛି ।ପ୍ରାୟ ୪୦ ମିନିଟ୍ ଧରି ଚାଲିଥିଲା, ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଡ୍ରୋନ୍ ସାହାଯ୍ୟରେ ଭିଜୁଆଲ୍ ସିକୁଏନ୍ସ ଦର୍ଶକଙ୍କୁ ସିନେମାରେ କିଛି ସମୟ ପାଇଁ ହଜାଇ ଦେଇଥିଲା । ଫିଲ୍ମର ଟିଜରକୁ ଖୁବ୍ ପସନ୍ଦ କଲେ ଦର୍ଶକ । ପ୍ରେକ୍ଷାଳୟରେ ରିଲିଜ୍ ପୂର୍ବରୁ ମନ ଜିଣିନେଲା ‘ମନ୍ତ୍ର ମୁଗ୍ଧ’ । ଖୋଲା ଆକାଶ ତଳେ ଓଡ଼ିଆ ଫିଲ୍ମ ‘ମନ୍ତ୍ର ମୁଗ୍ଧ’ର ଟିଜର ରିଲିଜ୍ ହୋଇଛି ।ଏହି ସିନେମାରେ ସନୋଜ କୁମାର, ଭୂମିକା ଦାଶ, ସୂର୍ୟ୍ୟମୟୀ ମହାପାତ୍ର ଏବଂ ଦୀପନ୍ୱିତ ଦାଶମହାପାତ୍ରଙ୍କ ଭଳି ଅନେକ ଦକ୍ଷ କଳାକାର ଅଭିନୟ କରିଛନ୍ତି । ସିନେମାଟି ଆସନ୍ତା ମେ’ ୧ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ।




