ଜାତୀୟଜୀବନଶୈଳୀ

ଫେସବୁକ୍ ବ୍ୟବହାରକାରୀଙ୍କୁ ମିଳିବ ୨,୭୮,୦୦୦ ଟଙ୍କା

ଭୁବନେଶ୍ୱର ,ଯଦି ଆପଣ  ସୋସିଆଲ ମିଡିଆରେ ଅଧିକ ରୋଜଗାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ଫେସବୁକର ଏହି ନୂତନ କାର୍ଯ୍ୟକ୍ରମ ବିଶେଷ ଭାବରେ, ସେହି କ୍ରିଏଟରମାନଙ୍କ ପାଇଁ ଡିଜାଇନ୍ କରାଯାଇଛି ଯେଉଁମାନେ ପ୍ଲାଟଫର୍ମରେ ନୂଆ କିମ୍ବା ପୁନଃ ଯୋଗଦାନ କରିବାକୁ ଚାହୁଁଛନ୍ତି। ଏହି ପ୍ରୋଗ୍ରାମରେ, ରୋଜଗାର ଆପଣଙ୍କ ଫଲୋଅର୍ସଙ୍କ ଉପରେ ନିର୍ଭର କରେ। ଇନଷ୍ଟାଗ୍ରାମ, ୟୁଟ୍ୟୁବରେ ଅତି କମରେ ୧ ଲକ୍ଷ ଫଲୋଅର୍ସ ଥିବା କ୍ରିଏଟରମାନେ ପ୍ରତି ମାସରେ ୧୦୦୦ ଟଙ୍କା ରୋଜଗାର କରିପାରିବେ। ୧ ନିୟୁତରୁ ଅଧିକ ଫଲୋଅର୍ସ ଥିବା କ୍ରିଏଟରମାନେ ପ୍ରତି ମାସରେ, ୩ ଲକ୍ଷ ଟଙ୍କା ରୋଜଗାର କରିପାରିବେ।ଫେସବୁକ୍ କ୍ରିଏଟର ଫାଷ୍ଟ ଟ୍ରାକ୍ ନାମକ ଏକ ନୂଆ ପ୍ରୋଗ୍ରାମ୍ ଲଞ୍ଚ ହୋଇଛି। ଯାହା କ୍ରିଏଟରମାନଙ୍କୁ ଦ୍ରୁତ ଗତିରେ ବୃଦ୍ଧି ଏବଂ ରୋଜଗାର କରିବାର ସୁଯୋଗ ପ୍ରଦାନ କରେ।

Related Articles

Back to top button