ଜାତୀୟଶିକ୍ଷା

୧୦ମ ପାସ୍ କରିଥିଲେ କରିପାରିବେ ଆବେଦନ

ଭୁବନେଶ୍ୱର ,ରେଳବାଇ ନିଯୁକ୍ତି ବୋର୍ଡ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ନିଯୁକ୍ତି ୨୦୨୬ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁସାରେ, ୧୧ହଜାରରୁ ଅଧିକ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ପଦବୀ ପୂରଣ କରାଯିବ।ରେଳବାଇ ନିଯୁକ୍ତି ବୋର୍ଡର ବିଜ୍ଞପ୍ତି ଅନୁଯାୟୀ, ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ନିଯୁକ୍ତି ୨୦୨୬ ପାଇଁ ଅନଲାଇନ୍ ଆବେଦନ ମେ ୧୫ରୁ ଆରମ୍ଭ ହେବ। ଆବେଦନ ପ୍ରକ୍ରିୟା ୧୪ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଜାରି ରହିବ। RRB ୱେବସାଇଟ୍, rrbapply.gov.in କୁ ଯାଇ ଅନଲାଇନ୍,ଆବେଦନ ପୂରଣ କରାଯାଇପାରିବ। ବିସ୍ତୃତ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ସମସ୍ତ ଆବଶ୍ୟକୀୟ ପ୍ରମାଣପତ୍ର ଏବଂ ଡକ୍ୟୁମେଣ୍ଟ ପ୍ରସ୍ତୁତ ରଖିବାକୁ ବୋର୍ଡ ପରାମର୍ଶ ଦେଇଛି।ବିଜ୍ଞପ୍ତି ଅନୁସାରେ, ୧୧ହଜାରରୁ ଅଧିକ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ପଦବୀ ପୂରଣ କରାଯିବ। ରେଳବାଇ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁସାରେ, ଏହା ସାମ୍ପ୍ରତିକ ବର୍ଷଗୁଡ଼ିକରେ ସବୁଠାରୁ ବଡ଼ ବୈଷୟିକ ନିଯୁକ୍ତି ମଧ୍ୟରୁ ଗୋଟିଏ।

Related Articles

Back to top button