ଓଡ଼ିଶା
ଆଉ ୧୨ଟି କଣ୍ଟେନ୍ମେଣ୍ଟ୍ ଜୋନ ଘୋଷଣା କଲା ବିଏମ୍ସି

ଭୁବନେଶ୍ୱର() ରାଜଧାନୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ କଣ୍ଟେନ୍ମେଣ୍ଟ୍ ଜୋନ୍ ସଂଖ୍ୟା ମଧ୍ୟ ବଢୁଛି । ଭୁବନେଶ୍ୱରରେ ଦୈନିକ ସଂକ୍ରମଣ ହଜାରେ ଉପରେ ରହୁଛି । ଏକାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଫ୍ଲାଟ୍ ବା ଅଞ୍ଚଳକୁ ବିଏମସି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରୁଛି । ଏହି କ୍ରମରେ ଶନିବାର ଦିନ ବିଏମ୍ସି ୧୨ଟି କଣ୍ଟେନ୍ମେଣ୍ଟ୍ ଜୋନ ଘୋଷଣା କରିଛି । ଭୁବନେଶ୍ୱର ସହିଦନଗର ଅଞ୍ଚଳର ୩୦ ନମ୍ବର ୱାର୍ଡର ପିଏନ୍-୬୨୧, ଝାରପଡ଼ା ଜେଲରୋଡସ୍ଥିତ ବାଲାଜୀ କମ୍ପେ୍ଲକ୍ସର ମହାଦେବ- ୮୦୨, ଅଶୋକନଗର ୪୧ ୱାର୍ଡର ପ୍ଲଟ ନମ୍ବର ୭, ତୁଳସୀ ବିହାର ଗାର୍ଡେଜ ଛକ ପୁରୁଣା ଭୁବନେଶ୍ୱର ୫୮ ନମ୍ବର ୱାର୍ଡର ପ୍ଲଟ ନମ୍ବର ୧୦୦୬, ବିବେକାନନ୍ଦ ମାର୍ଗର ୬୦ ନମ୍ବର ୱାର୍ଡର ଦିବ୍ୟପ୍ରଭା ଆପାର୍ଟମେଣ୍ଟ୍ ରାମକୃଷ୍ଣ ମିଶନକୁ କଣ୍ଟେନମେଣ୍ଟ୍ ଜୋନ ଘୋଷଣା କରାଯାଇଛି ।