ଓଡ଼ିଶା
ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଭାଲୁ, ଜଣେ ଗୁରୁତର
![](https://i0.wp.com/odia.mobilenews24x7.com/wp-content/uploads/2022/01/584ed597d37feb5999f3a7ec13325068b7969708b63bb63d302ff575ce2a9c03.webp?resize=780%2C470&ssl=1)
କେନ୍ଦୁଝର () ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଭାଲୁ। ସୋମବାର କେନ୍ଦୁଝର ଜିଲ୍ଲା ତେଲକୋଇ ପଡାଙ୍ଗ ପଞ୍ଚାୟତର ଶଙ୍କଲେଇ ଗାଁରେ ସନ୍ଧ୍ୟା ସମୟରେ ଜଣଙ୍କୁ ଭାଲୁ ଆକ୍ରମଣ କରିଛି। ଗୁରୁତର ଜଣଙ୍କ ହେଉଛନ୍ତି ଶଙ୍କଲେଇ ଗାଁର ସାଧୁ ଗାଗରାଇ। ସୂଚନାନୁଯାୟୀ, ସାଧୁ ଗାଗରାଇ ସୋମବାର ସନ୍ଧ୍ୟା ସମୟରେ ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ।
ଭାଲୁ ତାଙ୍କୁ ଆକ୍ରମଣ କରିବାରୁ ସେ ଚିତ୍କାର କରିଥିଲେ। ପାଟି ଶୁଣି ଗାଁ ଲୋକମାନେ ସାଧୁଙ୍କୁ ଭାଲୁ କବଳରୁ ଉଦ୍ଧାର କରିଥିଲେ। ତେବେ ସାଧୁ ଗାଗରାଇଙ୍କୁ ଗୁରୁତର ଅବସ୍ଥାରେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଗତ ଏକ ମାସକ ମଧ୍ୟରେ ଏହି ଅଞ୍ଚଳରେ ଭାଲୁ ୩ ଜଣଙ୍କୁ ଆକ୍ରମଣ କରିସାରିଲାଣି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।