ଓଡ଼ିଶା
କମୁଛି କୋଭିଡ୍ ସଂକ୍ରମଣ, ଫେବୃଆରୀରେ ଭକ୍ତଙ୍କୁ ଦର୍ଶନ ଦେବେ କି ମହାପ୍ରଭୁ
ଭୁବନେଶ୍ୱର() କୋଭିଡ୍ ପାଇଁ ବନ୍ଦ ରହିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଖୁବଶୀଘ୍ର ଖୋଲିପାରେ । ପୁରୀ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇବା ପରେ ଏନେଇ ବିଚାର ଆରମ୍ଭ ହୋଇଯାଇଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦର ଦର୍ଶନ ବନ୍ଦ ନେଇ କଟକଣା ବଳବତ୍ତର ରହିଥିବାରୁ ସଂକ୍ରମଣ ସ୍ଥିତି ଦେଖି ନିଷ୍ପତ୍ତି ନିଆଯାଇପାରେ । ଅପରପକ୍ଷେ ସେବାୟତଙ୍କ ସଂକ୍ରମଣ ରୋକିବା ପାଇଁ ସେମାନଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।
ତେବେ ବର୍ତ୍ତମାନ ରାଜ୍ୟରେ କୋଭିଡ୍ ସଂକ୍ରମଣ ତଳକୁ ଖସୁଥିବାରୁ ଫେବୃଆରୀରେ ଶ୍ରୀମନ୍ଦିର ଖୋଲିପାରେ ବୋଲି ସେବାୟତ ମହଲ ମତ ଦେଇଛନ୍ତି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଛତିଶାନିଯୋଗ ବୈଠକ ହେବ ବସିବ ସେନେଇ ନିଷ୍ପତ୍ତି ହୋଇନାହିଁ । ବୈଠକ ବସିବା ପରେ ହିଁ ଶ୍ରୀମନ୍ଦିର ଖୋଲିବ କି ବନ୍ଦ ରହିବ ତା’ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।