ଜାତୀୟ
‘ଏନ୍ସିସି’ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ପିନ୍ଧିଲେ ଶିଖ୍ କ୍ୟାଡେଟ୍ ପଗଡ଼ି
ନୂଆଦିଲ୍ଲୀ: ଆଜି ଦିଲ୍ଲୀର କ୍ୟାରିଆପ୍ପା ଗ୍ରାଉଣ୍ଡ୍ରେ ଆୟୋଜିତ ‘ନ୍ୟାସ୍ନାଲ୍ କ୍ୟାଡେଟ୍ କର୍ପସ୍’ (ଏନ୍ସିସି) ରାଲିରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଖ୍ କ୍ୟାଡେଟ୍ ପଗଡ଼ି ପିନ୍ଧିଥିଲେ।
ସୂଚନାଯୋଗ୍ୟ, ଆଜି ପ୍ରଧାନମନ୍ତ୍ରୀ ମୋଦୀ ‘ଏନ୍ସିସି’ କଣ୍ଟିଜେଣ୍ଟ୍ମାନଙ୍କ ଗାର୍ଡ ଅଫ୍ ଅନର୍ ନିରୀକ୍ଷଣ କରିବା ସହ ଏବଂ ମାର୍ଚ ପାଷ୍ଟ୍ ସମୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ସେ ସର୍ବୋତ୍ତମ କ୍ୟାଡେଟ୍ଙ୍କୁ ମେଡାଲ୍ ଏବଂ ବେଟନ୍ ପ୍ରଦାନ କରି ସମ୍ମାନିତ କରିଥିଲେ।