ଜାତୀୟ
କେନ୍ଦ୍ର ବଜେଟ୍ ୨୦୨୨-୨୩: ହୀରା, କୃଷି ଉପକରଣ, ମୋବାଇଲ୍ ଚାର୍ଜର୍ ହେଲା ଶସ୍ତା
![](https://i0.wp.com/odia.mobilenews24x7.com/wp-content/uploads/2022/02/photo.jpg?resize=780%2C470&ssl=1)
ନୂଆଦିଲ୍ଲୀ() ହୀରା ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୫%କୁ ହ୍ରାସ ନେଇ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୃଷି ଉପକରଣ, ମୋବାଇଲ୍ ଚାର୍ଜର୍, ଚମଡ଼ା ସାମଗ୍ରୀ ଶସ୍ତା ହେବ । ଖାଲି ସେତିକି ନୁହେଁ ଏଣିକି କପଡ଼ା, ବିଦ୍ୟୁତ୍ ଟ୍ରାନ୍ସଫର୍ମର୍ ସାମଗ୍ରୀ ଶସ୍ତା ହେବ । ସେହିପରି ନକଲି ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୪୦୦ ଟଙ୍କା ପ୍ରତି କିଲୋ ରହିବ । କୃଷି ଉପକରଣ ଶସ୍ତା ହେବା ଦ୍ୱାରା କୃଷକଙ୍କୁ ଅନେକ ଫାଇଦା ମିଳିପାରିବ ।