ଐତିହ୍ୟ ଓ ସଂସ୍କୃତିଜାତୀୟ

୮୦୦ ବର୍ଷର ପୁରୁଣା ମନ୍ଦିରପାଇଁ ଏକାଠି ହେଲେ ଗାଁର ହିନ୍ଦୁ ମୁସଲିମ୍‌, ୨କୋଟି ଯୋଗାଡ଼ କରି ମନ୍ଦିରକୁ ଦେଲେ ନୂଆ ରୂପ

ମଙ୍ଗଲୁରୁ : ମନ୍ଦିରକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ଏହି ମନ୍ଦିର ରହିଛି କର୍ଣ୍ଣାଟକର ସର୍ବେ ଗାଁରେ ।  କାହିଁକି ଜାଣିଛନ୍ତି? ଏହାର ବଡ କାରଣ ହେଉଛି ଏଠିକାର ଲୋକଙ୍କର ମଣିଷ ପଣିଆ  ଓ ମନ୍ଦିର ପ୍ରତି ଶ୍ରଦ୍ଧା।  ଯେଉଁଠି ଧାର୍ମିକ ଭେଦ ଭାବର ଜଞ୍ଜିର ଖୋଲି ମନ୍ଦିର କାମରେ ଏକଜୁଟ୍‌ ହୋଇଛନ୍ତି ହିନ୍ଦୁ ଓ ମୁସଲିମ୍‌।  ଦୁଇ ସଂପ୍ରଦାୟର ଲୋକେ ଏକାଠି ହୋଇ ୮୦୦ ବର୍ଷର ପୁରୁଣା ମନ୍ଦିରକୁ ନୂଆ ରୂପ ଦେବାକୁ ନେଇଛନ୍ତି ନିଷ୍ପତ୍ତି।  ମଙ୍ଗଲୁରୁରୁ ପାଖାପାଖି ୬୫ କିମି ଦୂରରେ ଥିବା ଏକ ଗାଁରେ ଏହି କାହାଣୀ।

ଖବର ଅନୁଯାୟୀ, ପୁଟ୍ଟୁର ପାଖରେ ଥିବା ଏକ ଗାଁରେ ଏକ ମନ୍ଦିର ରହିଛି। ଯାହାକି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏହାକୁ ଠିକ୍ କରିବାକୁ ପୂର୍ବରୁ ଅନେକ ପ୍ରୟାସ କରାଯାଇଛି। ହେଲେ ଏହା ସମ୍ଭବ ହୋଇପାରିନି। କିନ୍ତୁ ଗାଁ ଲୋକେ ଏକାଠି ହୋଇ ଏହି କାମକୁ ସମ୍ଭବ କରିପାରିଛନ୍ତି।

ଏକ ସାକ୍ଷାତକାରରେ ମନ୍ଦିର କମିଟିର ଅଧ୍ୟକ୍ଷ ପ୍ରସନ୍ନ ରାୟ କହିଛନ୍ତି, ମନ୍ଦିରର ଦ୍ୱାର ଭାଙ୍ଗିଯିବାକୁ ଗାଁଲୋକେ ଖୁବ୍‌ ଚିନ୍ତାରେ।  ଖାସ୍‌ କରି ଅନେକ ମୁସଲିମ୍‌ ସଂପ୍ରଦାୟର ଲୋକେ ଏହି ଭାଙ୍ଗିଯାଇଥିବା ଦ୍ୱାରକୁ ସଜାଡିବାକୁ ଅନୁରୋଧ କରିଛନ୍ତି।  ଏଠାରେ ୩୦ ପ୍ରତିଶତ ମୁସଲମାନ ଥିବାବେଳେ ୫୦ ପ୍ରତିଶତ ହିନ୍ଦୁ। ବର୍ଷ ୨୦୧୯ରେ ଏକ ସମିତି ଗଠନ ହୋଇଥିଲା। ପରେ ଆରମ୍ଭ ହୋଇଯାଇଥିଲା ଏହାର କାମ ।

ରିପୋର୍ଟ ମୁତାବକ ମନ୍ଦିରର କାମ ପାଇଁ  ହ୍ୱାଟ୍ସଆପରେ ଟଙ୍କା ଯୋଗାଡ କରାଯାଇଛି। ନିଜ ସକ୍ଷମ ଅନୁସାରେ ଲୋକେ ଟଙ୍କା ଦେଇଛନ୍ତି।  ପସନ୍ନ କୁହନ୍ତି ଜିରୋ ବାଲନ୍ସରୁ ଆରମ୍ଭ ହୋଇଥିଲା ଏହି ମନ୍ଦିରର କାମ । କିନ୍ତୁ ସମସ୍ତଙ୍କ ଭକ୍ତି ଭାବ ଓ ଏକଜୁଟ୍‌ ମନୋଭାବ ଯୋଗୁ  ୨ କୋଟିର କାମ ସମ୍ଭବ ହୋଇପାରିଛି।ଶହ ଶହ ଲୋକ ଏହି ମନ୍ଦିର କାମ ପାଇ ସାହାଯ୍ୟ କରିଛନ୍ତି।

ପ୍ରସନ୍ନ କୁହନ୍ତି,  ଏହି ଗାଁରେ ସମସ୍ତେ ଏକ । ହିନ୍ଦୁ ଓ ମୁସଲିମ୍‌ ସପ୍ରଦାୟର ଲୋକେ ଏକାଠି ସବୁ କାମ କରନ୍ତି।  ମୁସଲିମ୍‌ ଭାଇ ଭଉଣୀମାନେ ମନ୍ଦିରର ବିଭିନ୍ନ ଉତ୍ସବରେ ସାମିଲ୍‌ ହୁଅନ୍ତି।

Related Articles

Back to top button