ଓଡ଼ିଶା
ହୋଟେଲ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
![](https://i0.wp.com/odia.mobilenews24x7.com/wp-content/uploads/2022/02/58190613.jpg?resize=400%2C300&ssl=1)
ଭୁବନେଶ୍ୱର () ରାଜଧାନୀରୁ ହୋଟେଲ କର୍ମଚାରୀଙ୍କ ମୃତଦେହ ଉଦ୍ଧ।ର । ମୃତକ ଜଣଙ୍କ ଯାଜପୁରର ଦିଲ୍ଲୀପ ଜେନା ବୋଲି ଜଣାପଡିଛି । ମୃତଦେହ ଛାତିରେ ଦାଗ ଥିବାରୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । କବାଟ ଭିତର ପଟୁ ବନ୍ଦ ଥିବାରୁ କବାଟ ଭାଙ୍ଗି ମୃତଦେହ ବାହାର କରିଛି ପୋଲିସ । ତେବେ ଶବକୁ ବ୍ୟବଛେଦ ପାଇଁ ପଠାଇଛି ପୋଲିସ । ମୃତକଙ୍କ ପରିବାର ଲୋକଙ୍କ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦିଆଯାଇଛି ।