ଜାତୀୟ

ଚେୟାରରେ ବସିଥିବା ବେଳେ ହୋଇଥିଲା ମୃତ୍ୟୁ, ୨ ବର୍ଷ ପରେ ଉଦ୍ଧାର ହେଲା ମହିଳାଙ୍କ କଙ୍କାଳସାର ଶରୀର

ନୂଆଦିଲ୍ଲୀ()  ଦୁଇ ବର୍ଷ ତଳେ ହୋଇଥିଲା ମୃତ୍ୟୁ । ସେମିତି ଚେୟାର ଉପରେ ପଡିଥିଲା ମୃତଦେହ । କଙ୍ଗାଳସାର ହୋଇଯାଇଥିଲା । କେହି କିଛି ଜାଣି ପାରିନଥିଲେ ।  ଏପରି ଘଟଣା ସାମ୍ନାକୁ ଆସିଛି ଇଟାଲିରେ । ଏଠାରେ ଜଣେ ୭୦ ବର୍ଷୀୟା ମହିଳାଙ୍କ ମୃତଦେହ ମୃତ୍ୟୁ ପରେ ଚେୟାର ଉପରେ ପଡିଥିବା ଅବସ୍ଥାରେ ଉଦ୍ଧାର ହୋଇଛି ।

ସିଏନଏନ ରିପୋର୍ଟ ଅନୁସାରେ, ମାରିନେଲା ବେରେଟା ନାମକ ଜଣେ ମହିଳା ଉତ୍ତର ଇଟାଲୀର ଲୋମ୍ବାର୍ଡିରେ ରହୁଥିଲେ । ୨ ବର୍ଷ ତଳେ ସେ ପ୍ରାଣ ହରାଇଥିଲେ । ତାଙ୍କ ଘର ବି ବନ୍ଦ ଥିଲା । ପଡୋଶୀ ବ୍ୟକ୍ତି ଏବାବଦରେ ସାମାନ୍ୟା ସୂଚନା ବି ପାଇନଥିଲେ । ଦୀର୍ଘ ଦୁଇବର୍ଷ ପରେ ବେରେଟାଙ୍କ ମୃତଦେହ ଉଦ୍ଧାର ହୋଇଛି । ଯାହା ପଚିସଢି ଯାଇଛି । କଙ୍କାଳ ବି ଦେଖାଯାଉଛି । ଚେୟାରରେ ବସିଥିବା ଅବସ୍ଥାରେ ହିଁ ସେ ପ୍ରାଣ ହରାଇଥିଲେ । ଶୁକ୍ରବାର ଅଗ୍ନିଶମ କର୍ମଚାରୀ ମହିଳାଙ୍କୁ ଉଦ୍ଧାର କରିଥିଲେ ।

ପୋଲିସ ଅଧିକାରୀ ଫ୍ରାନସିସକୋ ମେନିପର୍ଡି କହିଛନ୍ତି ଯେ, ଏକ ଘର ଉପରେ ଗଛ ଭାଙ୍ଗି ପଡିଥିବା ଖବର ମିଳିଥିଲା । ଏହାପରେ ଗଛ କାଟିବା ପାଇଁ ଅଗ୍ନିଶମ ବାହିନୀ ଯାଇଥିଲେ । ସେମାନେ ଘର କବାଟ ଭାଙ୍ଗି ପଶିଲା ପରେ ମହିଳାଙ୍କ ମୃତଦେହ ଦେଖିଥିଲେ । ତେବେ ମହିଳାଙ୍କ ପରିବାର ଲୋକେ ଓ ସମ୍ପର୍କୀୟ ଏବେସୁଦ୍ଧା ସାମ୍ନାକୁ ଆସି ନାହାଁନ୍ତି । ବେରେଟାଙ୍କ ମୃତଦେହ ଶବାଗାରରେ ରଖାଯାଇଛି । ଯଦି କୌଣସି ସମ୍ପର୍କୀୟ ନ ଆସିବେ ତେବେ ପ୍ରଶାସନ ଅନ୍ତିମ ସତ୍କାର କରିବ ।

କୁହାଯାଉଛି ଯେ, ବେରେଟା ଏକା ରହୁଥିଲେ । ଏକା ରହିବା କାରଣରୁ ସେ ମାନସିକ ରୋଗରେ ଆକ୍ରାନ୍ତ ଥିଲେ । ଯଦି କୌଣସି ସମ୍ପର୍କୀୟ ନ ଆସନ୍ତି ତେବେ ପୁରା ସହର ତାଙ୍କ ପରିବାର ଲୋକଙ୍କ ଭଳି ଅନ୍ତିମ ସତ୍କାର କରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com