ଅନ୍ୟାନ୍ୟ
GIDC ଫାର୍ମା କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁକୁ ଆୟତ କରୁଛନ୍ତି ଅଗ୍ନିଶମ ବାହିନୀ
![](https://i0.wp.com/odia.mobilenews24x7.com/wp-content/uploads/2022/02/1-9.png?resize=600%2C330&ssl=1)
ଗାନ୍ଧିନଗର () ଗୁଜୁରାଟର ଅଙ୍କଲେଶ୍ବର ସ୍ଥିତ GIDCର ଏକ ଫାର୍ମା କମ୍ପାନୀରେ ଭୀଷଣ ନିଆଁ ଲାଗିଛି । ଜିଆଇଡିସି ସ୍ଥିତ ଶ୍ରୀ ମହାକାଳୀ ଫାର୍ମା କମ୍ପାନୀରେ ଭୀଷଣ ଭାବେ ଅଗ୍ନକାଣ୍ଡ ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଆୟତ ହୋଇନାହିଁ । ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି ।