ଓଡ଼ିଶା
ଆଜିଠୁ ଖୋଲିବ ପ୍ରାଥମିକ ବିଦ୍ୟାଳୟ-ଘରୋଇ ବିଦ୍ୟାଳୟକୁ ନେଇ ଭିନ୍ନମତ
![](https://i0.wp.com/odia.mobilenews24x7.com/wp-content/uploads/2022/02/863bcee8-73a7-4cbb-9661-2d8d32044784.jpg?resize=780%2C470&ssl=1)
ଭୁବନେଶ୍ବର () ପ୍ରାୟ ଦୁଇ ବର୍ଷ ପରେ ଆସନ୍ତାକାଲିଠାରୁ ଖୋଲିବ ସରକାରୀ ପ୍ରାଥମିକ ବିଦ୍ୟାଳୟ। ଗଣଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ବିଦ୍ୟାଳୟକୁ ଶିକ୍ଷକ/ଶିକ୍ଷୟିତ୍ରୀ ଆସିବେ। ତେବେ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବେ ନାହିଁ। ପଞ୍ଚାୟତ ନିର୍ବାଚନ ଓ ପରିସରରେ ସଫେଇ ସରିଲେ ଆସନ୍ତା ୨୮ରୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବେ। ତେବେ ଘରୋଇ ବିଦ୍ୟାଳୟ ଖୋଲିବାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି। କିଛି ବିଦ୍ୟାଳୟ ଆସନ୍ତାକାଲି ଖୋଲିବା ପାଇଁ ବିଦ୍ୟାର୍ଥୀଙ୍କୁ ଡାକିଥିବାବେଳେ ଅନ୍ୟ କେତେକ ୨୮ରୁ ପାଠପଢା ଆରମ୍ଭ କରିବାକୁ ସ୍ଥିର କରିଛନ୍ତି। ଘରୋଇ ବିଦ୍ୟାଳୟ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ପଷ୍ଟ ନିଷ୍ପତ୍ତି ନାହିଁ।