ଓଡ଼ିଶା
ପ୍ରାର୍ଥୀଙ୍କ ଆକସ୍ମିକ ମୃତ୍ୟୁ, ସରପଞ୍ଚ ନିର୍ବାଚନ ସ୍ଥଗିତ

ବରଗଡ଼() ସରପଞ୍ଚ ପ୍ରାର୍ଥୀଙ୍କ ଦେହାନ୍ତ । ସରପଞ୍ଚ ନିର୍ବାଚନ ସ୍ଥଗିତ । ବରଗଡ଼ ଜିଲ୍ଲା ଭଟ୍ଲି ବ୍ଲକ କେଲେଣ୍ଡା ପାଲି ପଞ୍ଚାୟତର ଘଟଣା। ଏନେଇ ବରଗଡ଼ ଉପଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି ।
ଖବର ଅନୁଯାୟୀ, ବୁଧବାର ରାଜ୍ୟରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ । ତେବେ ଭଟ୍ଲି ବ୍ଲକ କେଲେଣ୍ଡପାଲି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ । କିଛି ଦିନ ତଳେ ସେ କୌଣସି କାରଣରୁ ଅସୁସ୍ଥ ହୋଇଥିଲେ । ଏହାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏବେ ସରପଞ୍ଚ ପ୍ରାର୍ଥୀ ସରୋଜ ସେଠ୍ଙ୍କ ମୃତ୍ୟୁ ହୋଇଯାଇଛି।ଯାହାପରେ ଆସନ୍ତାକାଲି ହେବାକୁ ଥିବା ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଏନେଇ ବରଗଡ଼ ଉପଜିଲ୍ଲାପାଳ ଶୁଭେନ୍ଦୁ ସାମଲ ସୂଚନା ଦେଇଛନ୍ତି ।