ନୀରବିଗଲେ ବାପି ଦା’: ମୁମ୍ବାଇରେ ଗାୟକ ତଥା ସଙ୍ଗୀତ ନିର୍ଦେଶକ ବାପି ଲାହିରିଙ୍କ ଦେହାନ୍ତ
![](https://i0.wp.com/odia.mobilenews24x7.com/wp-content/uploads/2022/02/img25341jpg-1082040-1644982616.jpg?resize=700%2C394&ssl=1)
ମୁମ୍ବାଇ() ମୁମ୍ବାଇର ଏକ ଡାକ୍ତରଖାନାରେ ଗାୟକ ତଥା ସଙ୍ଗୀତ ନିର୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ହୋଇଯାଇଥିବା କଥା ଜଣେ ଡାକ୍ତର ସୂଚନା ଦେଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ଏକାଧିକ ଶାରିରୀକ ଅସୁବିଧା ନିମନ୍ତେ ତାଙ୍କର ଚିକିତ୍ସା ଚାଲିଥିଲା।
ସୂଚନାଯୋଗ୍ୟ, ବରିଷ୍ଠ ଗାୟକ ତଥା ସଙ୍ଗୀତ ନିର୍ଦେଶକ ବାପି ଲାହିରି ଗତବର୍ଷ ଏପ୍ରିଲ୍ ମାସରେ କୋଭିଡ୍-୧୯ ପଜିଟିଭ୍ ହୋଇଥିଲେ। ତା’ପରଠାରୁ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇ ବିଶ୍ରାମ ନେଉଥିଲେ। ଚଳପ୍ରଚଳ ସୁବିଧା ନିମନ୍ତେ ଜୁହୁସ୍ଥିତ ତାଙ୍କ ବାସଭବନରେ ତାଙ୍କ ପାଇଁ ଏକ ହ୍ବିଲ୍ ଚେୟାର୍ ଏବଂ ଲିଫ୍ଟ୍ ବ୍ୟବସ୍ଥା କରାଯାଇଥିଲା।
୧୯୭୩ ମସିହାର ଚଳଚ୍ଚିତ୍ର ‘ନହ୍ନା ଶିକାରୀ’ରେ ସଙ୍ଗୀତ ନିର୍ଦେଶନା ଦେଇ ପ୍ରଥମେ ସେ ସଙ୍ଗୀତ ନିର୍ଦେଶନା କ୍ଷେତ୍ରରେ ପାଦ ଦେଇଥିଲେ। ଗତବର୍ଷ ବାପି ଲାହିରି କହିଥିଲେ ଯେ, ପ୍ରଥମେ ସେ କିଶୋର କୁମାରଙ୍କ ଚଳଚ୍ଚିତ୍ର ‘ବଢ୍ତିକା ନାମ୍ ଦାଢ଼ି’ ଚଳଚ୍ଚିତ୍ରରେ ଜଣେ ଅଭିନେତା ଭାବେ ବଲିଉଡ୍ରେ ପ୍ରବେଶ କରିଥିଲେ। ସେ ଉଦୟଶଙ୍କର ପାଣିଙ୍କ ଓଡ଼ିଆ-ବଙ୍ଗଳା ଦ୍ବିଭାଷୀ ଛବି ‘ମିଛ ମାୟା ସଂସାର’ରେ ବି ସଙ୍ଗୀତ ନିର୍ଦେଶନା ଦେଇଥିଲେ।