ଓଡ଼ିଶା
ମତଦାନ ପରେ ଭୋଟ ବାକ୍ସକୁ ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଯାଜପୁର() ମତଦାନ ପରେ ଭୋଟ ବାକ୍ସକୁ ପୋଖରୀରେ ଫିଙ୍ଗିଲେ ଦୁର୍ବୃତ୍ତ । ଦଶରଥପୁର ବ୍ଲକର ଦଶରଥପୁର ପଞ୍ଚାୟତ ୯ ନଂ ବୁଥ ବାକ୍ସକୁ ଦୁର୍ବୃତ୍ତ ପୋଖରିରେ ପିଙ୍ଗିଦେଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମତଦାନ ପରେ ଭୋଟ ବାକ୍ସ ବ୍ଲକକୁ ଅଣାଯିବ ଲାଗି ପ୍ରସ୍ତୁତି ହେଉଥିଲା । ଏହି ସମୟରେ ଦୁର୍ବୃତ୍ତ ପହଞ୍ଚି ଭୋଟ ବାକ୍ସ ଉଠାଇ ନେଇଥିଲେ ।