ଓଡ଼ିଶା

ହିଙ୍ଗୁଳା ଯାତ୍ରା ପାଇଁ ଦୁଲୁକୁଛି ପରିବେଶ, ମାଆଙ୍କ ଦର୍ଶନ ପାଇଁ ଲାଗିଛି ଭିଡ

ଚଣ୍ଡୀଖୋଲ() ଦୁଇ ବର୍ଷ ପରେ କରୋନା କଟକଣା କୋହଳ ହେବା ପରେ ଚଳିତ ବର୍ଷ ଆରମ୍ଭ ହୋଇଛି ହିଙ୍ଗୁଳା ଯାତ୍ରା । ଯାଜପୁର ଜିଲ୍ଲା ମର୍ଜିତାପୁର ପଂଚାୟତ ରେ ଦୀର୍ଘ ୫୬ ବର୍ଷ ଧରି ହିଙ୍ଗୁଳା ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ନାମ ସଂକୀର୍ତନ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ସମଗ୍ର ପରିବେଶ ।

କଳସ ଯାତ୍ରାଠୁ ଆରମ୍ଭ ହୋଇ ବିଶ୍ଵାଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି । ପ୍ରତିଦିନ ମା ଙ୍କ ରୀତିନୀତି ଅନୁସାରେ ପୂଜାର୍ଚନା ଚାଲୁ ରହିଛି । ମାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଘଣ୍ଟଘଣ୍ଟା ସାଙ୍ଗକୁ ନାମ ସଂକୀର୍ତନ ରେ ପ୍ରକମ୍ପିତ ହେଉଛି ସମଗ୍ର ପରିଵେଶ. ମର୍ଜିତାପୁର ହିଙ୍ଗୁଳା ଯାତ୍ରା ର ରହିଛି ଅନେକ ଖ୍ୟାତି ।

ମା ହିଙ୍ଗୁଳା ହେଉଛନ୍ତି ସାକ୍ଷାତ ଅଗ୍ନିଦେବୀ । ଭକ୍ତିର ସହ ମାଙ୍କୁ ଆରାଧନା କଲେ ମନୋବାଞ୍ଛା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । କରୋନା କଟକଣା କୋହଳ ହେବା ପରେ ଚଳିତ ବର୍ଷ ଧୁମଧାମରେ ହିଙ୍ଗୁଳା ଯାତ୍ରା ଆରମ୍ଭ ହୋଇଛି । ଭକ୍ତଙ୍କ ଆଗମନରେ ସମଗ୍ର ପରିବେଶ ହୋଇଛି ଭକ୍ତିମୟ.

Related Articles

Back to top button
WP Twitter Auto Publish Powered By : XYZScripts.com