ଓଡ଼ିଶା

ଯାଜପୁରରେ ମତଦାନ ବେଳେ ଉତ୍ତେଜନା : ବିଡିଓଙ୍କୁ ଦୁର୍ବ୍ୟବହାର, ୬ ବୁଥରେ ଭୋଟିଂ ବନ୍ଦ

ଯାଜପୁର() ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ସକାଳେ ସୁଚାର ରୂପେ ଚାଲିଥିବା ବେଳେ ଯାଜପୁରର କିଛି ବୁଥରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ଭୋଟଦାନ ବେଳେ ଉତ୍ତେଜନା ଦେଖାଦେଇଛି। ଏପରିକି ୬ଟି ବୁଥ୍‌ରେ ମତଦାନ ବନ୍ଦ କରିବାକୁ ପଡିଛି।

ସୂଚନା ଅନୁସାରେ, କୋରାଇ ବ୍ଲକ ଗୋଳେଇପୁର ଗ୍ରାମ ପଞ୍ଚାୟତର ୮,୯,୧୦ ଓ ୧୧ ନଂ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ବୁଥ୍ ରିଗିଂ ଅଭିଯୋଗ ଆସିଥିଲା । ତେବେ ଅଭିଯୋଗ ପାଇ ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବା କୋରାଇ ବିଡ଼ିଓଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ ଅଭିଯୋଗ ଆସିଛି । ଫଳରେ ଏହି ୪ଟି ବୁଥ୍‌ରେ ଭୋଟ୍ ଗ୍ରହଣ ବନ୍ଦ ରହିଛି।

ଏତତ୍ ବ୍ୟତୀତ ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତର ୨ ଓ ୪ ନମ୍ଵର ବୁଥ୍‌ରେ କିଛି ଦୁର୍ବୃତ୍ତ ଭୋଟ୍ ବାକ୍ସ ଉଠାଇ ନେଇ ଫେରାର୍ ହୋଇଯାଇଥିବା ଅଭିଯୋଗ ଆସିଛି। ଯାହା ଫଳରେ ଏହି ଦୁଇଟି ବୁଥରେ ମଧ୍ୟ ମତଦାନ ବନ୍ଦ ରହିଛି।

Related Articles

Back to top button