ଓଡ଼ିଶା
ଓଡ଼ିଶାରେ ମହଙ୍ଗା ହେବ ଖାଇବା ତେଲ: ହାଣ୍ଡିଶାଳରେ ପଡ଼ିଲା ଋଷ-ୟୁକ୍ରେନ୍ ଯୁଦ୍ଧର ପ୍ରଭାବ
ଭୁବନେଶ୍ୱର() ଋଷ ୟୁକ୍ରେନ ଲଢେଇ ଥମିବାର ନା ଧରୁନଥିବା ବେଳେ ଏହାର ପ୍ରଭାବ ଅନେକ ଦେଶ ଉପରେ ପଡିବା ଦେଖାଗଲାଣି । ୟୁକ୍ରେନ ରାଜଧାନୀ କୁ କବଜା କରିବା ପାଇଁ ଋଷ ଅତର୍କିତ ଆକ୍ରମଣ କରୁଛି । ଏପଟେ ରାଜ୍ୟରେ ମଧ୍ୟ ଯୁଦ୍ଧର ପ୍ରଭାବ ପଡିଛି । କାରଣ ଯୁଦ୍ଧ ପାଇଁ ଖାଇବା ତେଳ ଦର ଅଚାନକ ବୃଦ୍ଧି ପାଇଛି । ୩୦ ଟଙ୍କା ପର୍ଯ୍ୟନ୍ତ ପାମୋଲିନ ତେଲ ଦର ବୃଦ୍ଧି ପାଇଛି । ପାମୋଲିନ ତେଲ ସହ ସନଫ୍ଲାୱାର ତେଲ ବି ମହଙ୍ଗା ହୋଇଛି । କାରଣ ରାଜ୍ୟରେ ଏବେ ଯେତିକି ପରିମାଣର ତେଲ ମହଜୁଦ ରହିଛି, ତାହା ଆସନ୍ତା ଏକ ସପ୍ତାହ ମଧ୍ୟରେ ଶେଷ ହୋଇଯିବ । ଏଭଳି ପରିସ୍ଥିତିରେ ତେଲ ଆମଦାନୀ ଯଦି ନହେବ ତେବେ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ । ରାଜ୍ୟକୁ ପ୍ରତିଦିନ ଦେଢ ହଜାରରୁ ଦୁଇ ହଜାର ଟନ ତେଲ ଆମଦାନୀ ହୋଇଥାଏ । ସେହି ହିସାବରେ ବାର୍ଷିକ ୬ ଲକ୍ଷ ଟନ ଆସିଥାଏ ।