ଓଡ଼ିଶା
ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା, ୨୫ ପରେ ଅସମ୍ଭାଳ ତାତି
ଭୁବନେଶ୍ୱର: ଆଜି ମଧ୍ୟାହ୍ନରେ ବାଂଲାଦେଶ ଏବଂ ମିଆଁମାର ଉପକୂଳରେ ସ୍ଥଳଭାଗ ଛୁଇଁବ ବାତ୍ୟା । ତେବେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବନି ବୋଲି ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଜି ଉତ୍ତର, ପୂର୍ବ ଓ ଦକ୍ଷିଣ ଓଡ଼ିଶାର ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ବାଲେଶ୍ୱର ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୨୫ ତାରିଖ ପର୍ଯ୍ୟନ୍ତ ଏପରି ବର୍ଷା ଲାଗି ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
#DeepDepression over north Andaman Sea & adjoining eastcentral BOB lay about 170 km east-northeast of Mayabundar (Andaman Islands) and 390km southwest of Yangon (Myanmar). Likely to cross Myanmar coast as depression during afternoon of 22nd March. pic.twitter.com/i3thQ3DyBd
— Meteorological Centre, Bhubaneswar (@mcbbsr) March 21, 2022