ମୁମ୍ବାଇ() ୨୦୨୦ ମସିହା ଡିସେମ୍ବର ମାସରେ ପ୍ରଡ୍ୟୁସର ରୋନି ସ୍କୃବାଲା ଘୋଷଣା କରିଥିଲେ କି ଅଭିଷେକ ଚୋବେ ହକି ତାରକା ଧ୍ୟାନଚାନ୍ଦଙ୍କ ଉପରେ ଏକ ବାୟୋପିକ ପ୍ରସ୍ତୁତ କରିବେ । ଏହି ଫିଲ୍ମରେ ଧ୍ୟାନଚାନ୍ଦଙ୍କ ଭୂମିକାରେ ଈଶାନ ଖଟ୍ଟର ନଜର ଆସିବେ। ଫିଲ୍ମର ଶୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ ଏହାକୁ ନେଇ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି ।
ଯେଉଁଥିରେ ସୂଚନା ଦିଆଯାଇଛି କି ଈଶାନ ଖୁବଶୀଘ୍ର ଫିଲ୍ମର ଟ୍ରେନିଙ୍ଗ ଆରମ୍ଭ କରିବାକୁ ଯାଉଛନ୍ତି । କହିବାକୁ ଗଲେ ଧ୍ୟାନଚାନ୍ଦଙ୍କୁ ହକିର ଯାଦୁଗର କୁହାଯାଏ । ଏମିତିରେ ଧ୍ୟାନଚାନ୍ଦଙ୍କର ଅନେକ ପ୍ରଶଂସକ ବି ଅଛନ୍ତି । ତେଣୁ ଏହି ସିନେମା ପ୍ରତି ଲୋକଙ୍କର ଆଗ୍ରହ ରହିବା ସ୍ୱଭାବିକ କଥା । ତାଙ୍କ କ୍ୟାରିୟରରେ ସେ ତିନିଟି ଗୋଲ୍ଡ ମେଡାଲ ସହିତ ୧୫ରୁ ଅଧିକ ଗୋଲ ସ୍କୋର କରିଛନ୍ତି। ସେପଟେ ଭାରତର ଗୌରବ ଧ୍ୟାନଚାନ୍ଦଙ୍କ ବାୟୋପିକ ନିର୍ମାଣ କରିବା ପାଇଁ ମେକର୍ସମାନେ ଏକାଠି ମିଶି କାମ କରିବା ଆରମ୍ଭ କରିଦେଲେଣି ।
ମିଡିଆ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମର ସୁଟିଂ ଚଳିତ ବର୍ଷ ନଭେମ୍ବରରେ ଆରମ୍ଭ ହେବ । ସମସ୍ତ କମିଟମେଣ୍ଟକୁ ପୁରା କରିବା ପରେ ଅଭିଷେକ ବାନାର୍ଜୀ ପ୍ରି-ପ୍ରଡକ୍ସନ କାମ ଆରମ୍ଭ କରିବେ । ଅବଶ୍ୟ ଏବେ ଅଭିଷେକ ବାନାର୍ଜୀ, କୋଙ୍କଣା ସେନ ଶର୍ମା ଓ ମନୋଜ ବାଜପେୟୀ ଷ୍ଟାରକାଷ୍ଟକୁ ନେଇ ବ୍ୟସ୍ତ ଅଛନ୍ତି। କହିବାକୁ ଗଲେ ଈଶାନ ଖଟ୍ଟର ଅଭିଷେକ ଚୋବେଙ୍କୁ “ଉଡତା ପଞ୍ଜାବ”ରେ ଆସିଷ୍ଟ କରିସାରିଛନ୍ତି । ଯେଉଁଥିରେ ଶାହିଦ କପୁର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହା ବ୍ୟତୀତ ରୋନି ସ୍କୃବାଲାଙ୍କ ଫିଲ୍ମ “ପିପ୍ପ”ରେ ବି ନଜର ଆସିଛନ୍ତି ଈଶାନ ।