ଜାତୀୟ
ଜାହାଙ୍ଗୀରପୁରୀ ଜବରଦଖଲ ଉଚ୍ଛେଦ ଉପରେ ରହିତାଦେଶ ଜାରି କଲେ ସୁପ୍ରିମ୍ କୋର୍ଟ; ୨ ସପ୍ତାହ ମଧ୍ୟରେ ଶୁଣାଣି

ନୂଆଦିଲ୍ଲୀ() ଜାହାଙ୍ଗୀରପୁରୀ ଜବରଦଖଲ ଉଚ୍ଛେଦ ଅଭିଯାନ ଉପରେ ରହିତାଦେଶ ଜାରି କରିବା ସହିତ ଆଗାମୀ ୨ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଆଜି ସୁପ୍ରିମ୍ କହିଛନ୍ତି।
ଏହା ବ୍ୟତିରେକେ, ସୁପ୍ରିମ୍ କୋର୍ଟ ଉତ୍ତର ଦିଲ୍ଲୀ ମହାନଗର ନିଗମ, ଦିଲ୍ଲୀ ପୁଲିସ, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଏହି ମାମଲା ସଂକ୍ରାନ୍ତରେ ନୋଟିସ୍ ଜାରି କରିଛନ୍ତି। ସମସ୍ତେ ନିଜ ନିଜର ଜବାବ ଫାଇଲ୍ କରିବେ।
ଉଚ୍ଛେଦ ସଂକ୍ରାନ୍ତରେ ଆଗୁଆ ନୋଟିସ୍ ପାଇଥିଲେ କି, ନାହିଁ ଜଣାଇବା ଲାଗି ସତ୍ୟପାଠ ଫାଇଲ୍ କରିବାକୁ ମଧ୍ୟ ସୁପ୍ରିମ୍ କୋର୍ଟ ଆବେଦନକାରୀମାନଙ୍କୁ କହିଛନ୍ତି।
ଆଜି ଶୁଣାଣି ଆରମ୍ଭ ହେବା ପରେ ଆବେଦନକାରୀଙ୍କ ପ୍ରତିନିଧିତ୍ବ କରୁଥିବା ଦୁଶ୍ୟନ୍ତ ଦାୱେ କହିଲେ ଯେ, ଯାଉଥିବା ଶୋଭାଯାତ୍ରା ବିନା ଅନୁମତିରେ ଅଟକି ଯିବାରୁ ଜାହାଙ୍ଗୀରପୁରୀରେ ଦଙ୍ଗା ହୋଇଥିଲା। ଆମେ ଅଦାଲତର ଆଶ୍ରୟ ନେବୁ ବୋଲି ଜାଣିବା ପରେ ଉଚ୍ଛେଦ ଅଭିଯାନ ରାତି ୨ଟାରୁ ସକାଳ ୯ ପର୍ଯ୍ୟନ୍ତ ଚାଲିବ ବୋଲି ବ୍ୟବସ୍ଥା କରାଯାଇଥିଲା। ଗତକାଲି ଅଦାଲତ ରହିତାଦେଶ ଦେବା ପରେ ମଧ୍ୟ ଉଚ୍ଛେଦ ଅଭିଯାନ ଚାଲିଥିଲା।





