ଓଡ଼ିଶା

ରାଜଧାନୀରେ ପୁଣି ସୁନା ଦୋକାନୀ ଟାର୍ଗେଟ,ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ

ଭୁବନେଶ୍ୱର() ରାଜଧାନୀରେ ପୁଣି ସୁନା ଦୋକାନୀଙ୍କୁ ଟାର୍ଗେଟ । ସାମନ୍ତରାପୁର ଛକରେ ସୁନାଦୋକାନୀଙ୍କ ଉପରକୁ ଗୁଳି ମାଡ ହୋଇଛି। ପଲସର୍ ବାଇକରେ ଆସି ୩ ଜଣ ଦୁର୍ବୃତ୍ତ ଦୁର୍ଗା ଦେବୀ ଜୁଏଲର ମାଲିକ ପ୍ରଶାନ୍ତ ସାହୁ ଓ କାରିଗର ରାଜେନ୍ଦ୍ର ସାହୁଙ୍କୁ ଗୁଳିମାଡ କରିଛନ୍ତି ।

ଖବର ଅନୁଯାୟୀ, ଦୋକାନ ବନ୍ଦ କରୁଥିବା ବେଳେ ଏହି ଗୁଳିମାଡ ହୋଇଛି । ତିନିଜଣ ଯୁବକ ପଲସର ବାଇକରେ ଆସି ଚାରି ରାଉଣ୍ଡ ଗୁଳି ଚଳାଇଥିଲେ । ଗୋଟିଏ ଗୁଳି ରାଜେନ୍ଦ୍ରଙ୍କ ଜଙ୍ଘରେ ବାଜିଥିବା ବେଳେ ଆଉ ଗୋଟିଏ ଗୁଳି ପ୍ରଶାନ୍ତଙ୍କ ଆଣ୍ଠୁ ରେ ବାଜିଛି । ରାଜେନ୍ଦ୍ର ଧରିଥିବା ଏକ ଚାବି ବ୍ୟାଗ୍ କୁ ଲୁଟେରା ସୁନାଗହଣା ଭାବି ଝାମ୍ପି ନେଇଛନ୍ତି। ଘଟଣା ସ୍ଥଳରେ ସ୍ପେଶାଲ ସ୍କ୍ୱାଡ୍ ଏସିପି ଓ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ଛାନଭିନ୍ କରୁଛନ୍ତି। ସ୍ପଟ୍ ରୁ ଖୋକା ଜବତ କରାଯାଇଛି । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com