ଓଡ଼ିଶା

ମନ୍ଦିରକୁ ଆସିଥିଲେ ଭକ୍ତ, ବିନ୍ଧିଲେ ମହୁମାଛି : ୨୫ ଆହତ

ଭଦ୍ରକ() ଶନି ମନ୍ଦିରକୁ ଆସିଥିବା ବେଳେ ବିନ୍ଧିଲେ ମହୁମାଛ । ୨୫ରୁ ଅଧିକ ଲୋକ ମହୁମାଛି ଆକ୍ରମଣର ଶିକାର ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ସମ୍ମୁଖରେ ଘଟିଛି ଏପରି ଘଟଣା ।

ଖବର ଅନୁଯାୟୀ, ବ୍ଲକ ସମ୍ମୁଖରେ ଥିବା ଶନି ମନ୍ଦିରକୁ ପୂଜା କରିବାକୁ ଭକ୍ତ ଆସିଥିଲେ । ଠିକ୍‌ ଏହି ସମୟରେ ସମସ୍ତେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଏଥିରେ ୨୫ ଜଣ ଆହତ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏପରିକି ନିକଟରେ ଥିବା ଦୋକାନୀ ମଧ୍ୟ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com