ଓଡ଼ିଶା
ଆଜି ରାଜ୍ୟ କଂଗ୍ରେସକୁ ମିଳିପାରେ ନୂଆ ମଙ୍ଗୁଆଳ

ଭୁବନେଶ୍ବର() ରାଜ୍ୟ କଂଗ୍ରେସରେ ହୋଇପାରେ ବଡ଼ ପରିବର୍ତ୍ତନ । ଏନେଇ ଆଜି ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଘର ସଜାଡ଼ିବାକୁ ରାଜ୍ୟ କଂଗ୍ରେସ ନେତାଙ୍କ ସହିତ ଆଜି ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ରାହୁଲ ଗାନ୍ଧି । ଏଥିପାଇଁ ଦଳର ସମସ୍ତ ବିଧାୟକ, ବରିଷ୍ଠ ନେତା, ପୂର୍ବତନ ପିସିସି ସଭାପତି ଗତକାଲିଠାରୁ ଦିଲ୍ଲୀ ଗସ୍ତରେ ଅଛନ୍ତି ।
୨୦୨୪ ନିର୍ବାଚନ ପୂର୍ବରୁ ସଂଗଠନକୁ କିପରି ସୁଦୃଢ଼ କରାଯିବ ସେନେଇ ବିସ୍ତୃତ ଆଲୋଚନା ହେବ । ଆଲୋଚନାରେ ପିସିସି ସଭାପତି, ବିଧାୟକ ଦଳ ନେତା ଏବଂ ଅନ୍ୟ ଛାମୁଆ ସଂଗଠନର ମଙ୍ଗୁଆଳ ବଦଳାଇବା ନେଇ ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପୂର୍ବରୁ ପିସିସି ପ୍ରଭାରୀ ଚେଲ୍ଲା କୁମାର ବିଭିନ୍ନ ନେତାଙ୍କ ମତାମତ ନେଇ ରିପୋର୍ଟ ଦେଇଛନ୍ତି । ରିପୋର୍ଟ ଆଧାରରେ ସବୁ ନେତାଙ୍କ ସହ ଆଲୋଚନା କରିବେ ରାହୁଲ । ଆଲୋଚନା ପରେ ବଡ଼ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ।





