
(ମୁମ୍ବାଇ) ମେ ୮ ତାରିଖ ମଦର୍ସ ଡେ ଅବସରରେ ବିଭିନ୍ନ ବଲିଉଡ୍ ସେଲିବ୍ରେଟି ସେମାନଙ୍କ ମାଆଙ୍କ ସହ ନିଜର ଫଟୋ ଦେଇ ଶୁଭେଚ୍ଛା ଜଣାଇଥିବା ବେଳେ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିିଛି ଅଭିନେତ୍ରୀ କରୀନା କପୁର ଓ ତାଙ୍କ ସାବତ ଝିଅ ସାରା ଅଲ୍ଲୀ ଖାନ୍ଙ୍କୁ ନେଇ ହୋଇଥିବା ଶିତଳ ଯୁଦ୍ଧ। ଏହି ଦୁଇ ଜଣଙ୍କ ମଦର୍ସ ଡେ ପୋଷ୍ଟ୍ ସବୁଠାରୁ ଅଧିକ ଭାଇରାଲ୍ ହେବାରେ ଲାଗିଛି।
View this post on Instagram
କରୀନା ତାଙ୍କ ପୁଅ ତୈମୁର୍ ଓ ଜୈହଙ୍କ ସହ ସୁଇମିଂ ପୁଲ୍ର ଏକ ଫଟୋ ପୋଷ୍ଟ୍ କରିଛନ୍ତି। ସେହିପରି କରୀନା କପୁରଙ୍କ ସ୍ବାମୀ ସୈଫ୍ ଅଲ୍ଲୀ ଖାନ୍ଙ୍କ ପ୍ରଥମ ପତ୍ନୀଙ୍କ ଝିଅ ସାରା ମଧ୍ୟ ନିଜ ମାଆଙ୍କ ସହ ତାଙ୍କର ଏକ ଫଟୋ ସେୟାର କରିଛନ୍ତି। ସାରା ଯେଉଁ ଫଟୋଟି ସେୟାର କରିଛନ୍ତି ସେଥିରେ ସେ, ତାଙ୍କ ମାଆ ଅମୃତା ସିଂହ ଓ ଭାଇ ଇବ୍ରାହିମ୍ ରହିଛନ୍ତି। ଅମୃତା ସିଂହ ମଧ୍ୟ ଏକ ସୁଇମିଂ ପୁଲ୍ରେ ନିଜର ଦୁଇ ପିଲାଙ୍କୁ ଧରି ଫଟୋ ପୋଜ୍ ଦେଇଥିବା ଦେଖିବାକୁ ମିଳିଛି।





