ଅନ୍ତର୍ଜାତୀୟଜାତୀୟ

ଇଏ ହେଲେ ଏୟାର ଇଣ୍ଡିଆର ନୂଆ ସିଇଓ; ବିମାନ ଚଳାଚଳ କ୍ଷେତ୍ରରେ ରହିଛି ୨୬ ବର୍ଷର ଅଭିଜ୍ଞତା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଟାଟାକୁ ଯିବା ପରେ ସିଇଓ ପଦ ନିଯୁକ୍ତି ନେଇ ବିବାଦ ଦେଖାଦେଇଥିଲା। ତୁର୍କି ନାଗରିକ ଇଲକର ଆୟସୀଙ୍କୁ ପ୍ରଥମେ ନିଯୁକ୍ତି ଦେଇଥିଲା କମ୍ପାନୀ। ହେଲେ ନିୟମ ଅନୁସାରେ ଇଲକଙ୍କର ଯାଞ୍ଚ ହେବା ପରେ ଇଲକର ନିଜେ ଏହି ପଦବୀକୁ ପ୍ରତ୍ୟାକ୍ଷାନ କରିଥିଲେ। ଏବେ କମ୍ପାନୀ କ୍ୟାମ୍ପବେଲ ୱିଲ୍‌ସନଙ୍କୁ ଏୟାର ଇଣ୍ଡିଆର ସିଇଓ ନିଯୁକ୍ତି ଦେଇଛି ଟାଟା ସନ୍ସ।

ଟାଟା ସନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୫୦ ବର୍ଷୀୟ କ୍ୟାମ୍ପାବେଲ ୱିଲ୍‌ସନଙ୍କ ପାଖରେ ବିମାନଚଳାଚଳ କ୍ଷେତ୍ରରେ ୨୬ ବର୍ଷର ଅଭିଜ୍ଞତା ରହିଛି। ଏୟାର ଇଣ୍ଡିଆର ନିର୍ଦ୍ଦେଶକ କମିଟି ୱିଲସନଙ୍କ ନାକୁ ସିଇଓ ପାଇଁ ମଞ୍ଜୁରୀ ଦେଇଛନ୍ତି। ହେଲେ ଏବେ ବି ରେଗୁଲେଟରୋୀ ଅପ୍ରୁଭାଲ ଆସିବା ବାକି ରହିଛି।

ୱିଲସନ ବର୍ତ୍ତମାନ ସିଙ୍ଗାପୁର ଏୟାର୍‌ଲାଇନ୍ସ ସମ୍ବନ୍ଧିତ ‘ସ୍କୁଟ’ର ସିଇଓ ରହିଛନ୍ତି। ତା ସହିତ ଅନ୍ୟାନ୍ୟ ବିମାନ କମ୍ପାନୀରେ ବଡ଼ ବଡ଼ ପଦବୀରେ ରହିଛନ୍ତି। ଟାଟା ସନ୍ସ ଓ ଏୟାର ଇଣ୍ଡିଆର ଚେୟାରମ୍ୟାନ୍ ଏନ୍. ଚନ୍ଦ୍ରଶେଖରନ କହିଛନ୍ତି ” ୱିଲସନଙ୍କୁ ଏୟାର ଇଣ୍ଡିଆରେ ସ୍ୱାଗତ କରି ମୁଁ ଖୁସି ଅନୁଭବ କରୁଛି। ସେ ବିଶ୍ୱରେ ବିମାନ ଉଦ୍ୟୋଗ କ୍ଷେତ୍ରରେ ଜଣେ ଅଭିଜ୍ଞ ବ୍ୟକ୍ତି। ଏସିଆ ଏୟାରଲାଇନ୍ସ ବ୍ରାଣ୍ଡ ସ୍ଥାପିତ କରିବାର ତାଙ୍କର ଅନୁଭବ ଏୟାର ଇଣ୍ଡିଆକୁ ଲାଭ ଦେବ। ମୁଁ ଏକ ବିଶ୍ୱସ୍ତରୀୟ ଏୟାର ଲାଇନ୍ସ ବନାଇବା ପାଇଁ ତାଙ୍କ ସହିତ କାମ କରିବାକୁ ଉତ୍ସାହିତ ରହିଛି।”

Related Articles

Back to top button