ମୁମ୍ବାଇ: ଷ୍ଟାର ପ୍ଲସ୍ର ରିଆଲିଟି ସୋ ‘ସ୍ମାର୍ଟ ଯୋଡି’ରେ ଲୋକପ୍ରିୟ ଦମ୍ପତ୍ତଙ୍କର ସୁନ୍ଦର କେମେଷ୍ଟ୍ରି ଦେଖିବାକୁ ମିଳିଥିଲା । ସମସ୍ତେ ନିଜ ନିଜ ଅନ୍ଦାଜ୍ରେ ଦର୍ଶକଙ୍କ ହୃଦୟ ଜିତିଥିଲେ। ହେଲେ ବର୍ତ୍ତମାନ ଏହି ଶୋ’କୁ ତାଙ୍କର ସ୍ମାଟ୍ ଯୋଡି ମିଳିଯାଇଛି। ଅଙ୍କିତା ଲୋଖଣ୍ଡେ ଏବଂ ବିକି ଜୈନ୍ ବିଜେତା ହୋଇଛନ୍ତି। ଶୋ’ରେ ଜିତିବା ପରେ ଦୁହେଁ ଏକ ଚମତ୍କାର ଟ୍ରଫି ପାଇବା ସହିତ ୨୫ ଲକ୍ଷ ଟଙ୍କା ମଧ୍ୟ ପାଇଥିଲେ । ଅନ୍ୟପଟେ ବଲରାଜ ଏବଂ ତାଙ୍କ ପତ୍ନୀ ଦୀପ୍ତି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଅର୍ଜୁନ- ନେହା ତୃତୀୟ ସ୍ଥାନରେ ଅଛନ୍ତି।
ଟ୍ରଫି ଜିତିବା ପରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଉତ୍ସାହିତ ସହ କହିଛନ୍ତି, “ସ୍ମାର୍ଟ ଯୋଡି ଟାଇଟଲ ଜିତିବା ପରେ ମୁଁ ବହୁତ ଖୁସି ଅଛି। ଉତ୍ସାହ, ଖୁସି ଏବଂ ନର୍ଭସ୍ ସବୁ ଏକାଠି ଅନୁଭବ କରୁଛି । ଭିକିଙ୍କ ସାହାଯ୍ୟ ବିନା ଏହା ସମ୍ଭବ ହୋଇନଥାନ୍ତା। ଏହି ଶୋ’କୁ ଆସିବା ପରେ ଆମ ସମ୍ପର୍କକୁ ଆହୁରି ମଜବୁତ କରି ପାରିଛୁ । ଆମେ ଦୁହେଁ ପରସ୍ପରକୁ ଉପହାର ଦେଇଛୁ। ଆମ ପରିବାର ଆମ ପାଇଁ ବହୁତ ଖୁସି। ଆମେ ଏହି ଶୋ’ର ବିଜେତା ହୋଇପାରିଛୁ ।
ସୂଚନା ଅନୁଯାୟୀ ଏହି ରିୟଲିଟି ଶୋ’ ‘ସ୍ମାର୍ଟ ଯୋଡି’ ଫେବୃଆରୀ ମାସରେ ଆରମ୍ଭ ହୋଇଥିଲା । ଯେଉଁଥିରେ ୧୦ ଜଣ ସେଲିବ୍ରିଟି ଦମ୍ପତ୍ତି ସାମିଲ୍ ହୋଇଥିଲେ । ଏହି ସମସ୍ତ ଦମ୍ପତ୍ତିଙ୍କ କେମେଷ୍ଟ୍ରି ଶୋ’ରେ ଦେଖିବାକୁ ମିଳିଥିଲା ।