ଓଡ଼ିଶା
ମୌସୁମୀ ଆସିବା ଯାଏଁ ଅଗ୍ନି ବର୍ଷା, ଗୁଜୁରାଟରୁ ଆସୁଥିବା ଶୁଷ୍କ ବାୟୁ କାରଣ
ଭୁବନେଶ୍ୱର: ମୌସୁମୀ ଆସିବା ପର୍ଯ୍ୟନ୍ତ ତାତି କମ୍ ରହିବ। ହେଲେ ଅସ୍ୱାଭାବିକ ଗୁଳୁଗୁଳି ଲାଗି ରହିବ। ଫଳରେ ଲାଗିବ ଯେପରି ପ୍ରବଳ ଖରା ଯୋଗୁ ଏଭଳି ଅଗ୍ନିବର୍ଷା ହେଉଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।
ମେ’ ଶେଷ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁଛି। ତେବେ ଏହି ମୌସୁମୀ ବାୟୁ ଓଡ଼ିଆରେ କେବେ ପ୍ରବେଶ କରିବ ସେ ନେଇ ଆକଳନ କରି ପାରିନି ପାଣିପାଗ କେନ୍ଦ୍ର। ଆଗାମୀ ୫ଦିନ ସୁଦ୍ଧା ମୌସୁମୀ ବର୍ଷା ପାଇଁ ପାଗ ଅନୁକୂଳ ନାହିଁ।
ଚଳିତ ବର୍ଷ ଜୁନ ୧ରୁ ୭ତାରିଖ ଭିତରେ ସାରା ରାଜ୍ୟରେ ପ୍ରାକ ମୌସୁମୀ ବର୍ଷା ମାତ୍ର ୭ମିଲି ମିଟର ହୋଇଛି। ଯାହାକି ସ୍ୱାଭାବିକ ଠାରୁ ୭୩% କମ୍ ବୃଷ୍ଟିପାତ ହୋଇଛି। ଗତବର୍ଷ ଏହି ୭ ଦିନ ଭିତରେ ପ୍ରାୟ ୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଯାହା ସ୍ୱାଭାବିକ ଠାରୁ ଅଧିକ ରହିଥିଲା ବୋଲି ସେ କହିଛନ୍ତି।