ଓଡ଼ିଶା
୧୪ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ଆଗେଇ ଚାଲିଛି ପ୍ରସ୍ତୁତି କାର୍ଯ୍ୟ

ପୁରୀ: ଆସନ୍ତା ୧୪ରେ ପବିତ୍ର ଦେବସ୍ନାନ ପୁର୍ଣ୍ଣମୀ। ଏହି ଅବସରରେ ଶ୍ରୀଜୀଉମାନେ ସ୍ନାନବେଦୀରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ ଦୁର୍ଲଭ ହାତୀବେଶ ବା ଗଜାନନ ବେଶରେ। ଆଉ ଏହି ବେଶ ପ୍ରସ୍ତୁତି କାର୍ଯ୍ୟ ଏବେ ଯୋରସୋରରେ ଆଗେଇ ଚାଲିଛି ଗୋପାଳତୀର୍ଥ ମଠ ଓ ରାଘବଦାସ ମଠରେ।
ଖବର ଅନୁଯାୟୀ, ଗତ ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୁର୍ଣ୍ଣିମା। ଏହି ଅବସରରେ ମହାପ୍ରଭୁ ହାତୀବେଶ ବା ଗଜାନନ ବେଶରେ ଦର୍ଶନ ଦେଇଥାନ୍ତି ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ। ସ୍ନାନବେଦୀରେ ମହାପ୍ରଭୁଙ୍କ ଏହି ହାତୀବେଶ ବା ଗଜାନନ ବେଶ ସବୁଠାରୁ ଆକର୍ଷଣୀୟ ହୋଇଥିବା ବେଳେ ଏହି ବେଶ ପ୍ରସ୍ତୁତି କରୁଛନ୍ତି ରାଘବଦାସ ମଠ ଓ ଗୋପାଳତୀର୍ଥ ମଠ। ଗୋପାଳତୀର୍ଥ ମଠ ବଳଭଦ୍ର ଓ ସୁଦର୍ଶନଙ୍କ ବେଶ ପ୍ରସ୍ତୁତ କରୁଥିବାବେଳେ ରାଘବଦାସ ମଠ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ବେଶ ତିଆରି କରିଥାନ୍ତି। ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ସୋଲ, ଚିତ୍ରକର, ଦରଜୀ ଓ ରଣା ସେବାୟତମାନେ ହବିଷାନ୍ନ ଗ୍ରକ୍ଷଣ କରି ଅତି ନିଷ୍ଠାର ସହିତ ଏହି ବେଶକୁ ନିର୍ମାଣ କରୁଛନ୍ତି।





