ନୂଆଦିଲ୍ଲୀ: ସାଉଥର ଜଣା ଶୁଣା ଅଭିନେତ୍ରୀ ନୟନତାରା ଏବଂ ନିର୍ମାତା ବିଗ୍ନେଶ ଶିବନ ଚେନ୍ନାଇର ମହାବାଲିପୁରମର ଏକ ରିସୋର୍ଟରେ ଗ୍ରାଣ୍ଡ ବିବାହ କରିଥିଲେ। ନୟନତାରାଙ୍କ ବିବାହ ସାଉଥ ଇଣ୍ଡଷ୍ଟ୍ରିରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ବହୁତ ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ ଦୁହିଁଙ୍କର ବିବାହ ଫଟୋ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେବାରେ ଲାଗିଛି । ନୟନତାରା ଏବଂ ବିଗ୍ନେଶ ଦୀର୍ଘ ସମୟ ଧରି ସଂପର୍କରେ ଥିଲେ । କିନ୍ତୁ ବିବାହ ପରେ ଏବେ ଦୁହେଁ ନିଜର ନୂଆ ଜୀବନ ଆରମ୍ଭ କରିଛନ୍ତି । ଖବର ଅନୁଯାୟୀ, ବିବାହ ପରେ ନୟନତାରା ବିଗ୍ନେଶଙ୍କୁ ବହୁତ ମହଙ୍ଗା ଉପହାର ଦେଇଛନ୍ତି।
ଖବର ଅନୁଯାୟୀ, ନୟନତାରା ତାଙ୍କ ସ୍ୱାମୀ ବିଗ୍ନେଶଙ୍କୁ ୨୦ କୋଟି ଟଙ୍କାର ବିଳାଶପୂର୍ଣ୍ଣ ବଙ୍ଗଳା ଉପହାର ଦେଇଛନ୍ତି। ଏହି ବଙ୍ଗଳାଟି ବିଗ୍ନେଶଙ୍କ ନାମରେ ରେଜିଷ୍ଟ୍ରେଶନ ହୋଇଛି। ଏହା ବ୍ୟତୀତ ଅଭିନେତ୍ରୀ ତାଙ୍କ ନଣନ୍ଦଙ୍କୁ ୩୦ଟି ସୁନା ଅଳଙ୍କାର ଗିଫ୍ଟ ଦେଇଛନ୍ତି ଏବଂ ନୟନତାରା ନିକଟ ସମ୍ପର୍କୀୟଙ୍କୁ ମଧ୍ୟ ମହଙ୍ଗା ଉପହାର ମଧ୍ୟ ଦେଇଛନ୍ତି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ବିବାହ ପରେ ନୟନତାରା ତାଙ୍କ ଶାଶୁ ଘରକୁ ବହୁତ ଭଲ ପାଉଛନ୍ତି ।
View this post on Instagram
ଅନ୍ୟପଟେ କୁହାଯାଇଛି କି ନୟନତାରା ବିବାହରେ ପିନ୍ଧିଥିବା ଅଳଙ୍କାରକୁ ସ୍ବାମୀ ବିଗ୍ନେଶ କିଣିଥିଲେ । ଯାହାର ମୂଲ୍ୟ ପ୍ରାୟ ୩ କୋଟିର ରହିଛି । ଏହା ବ୍ୟତୀତ ବିଗ୍ନେଶ ବିବାହ ସମୟରେ ନୟନ୍ତରାଙ୍କୁ ୫ କୋଟି ଟଙ୍କାର ରିଙ୍ଗ ପିନ୍ଧାଇଥିଲେ। ସୋସିଆଲ ମିଡିଆରେ ବିବାହ ଫଟୋ ପ୍ରଥମେ ବିଗ୍ନେଶ୍ ସେୟାର କରିଥିଲେ। ଫଟୋ ସେୟାର କରି ସେ ଲେଖିଛନ୍ତି- ‘୧୦ ଜଣଙ୍କ ମଧ୍ୟରୁ ନୟନ ଏବଂ ମୁଁ ଜଣେ । ଭଗବାନ ଏବଂ ପରିବାରର ଆଶୀର୍ବାଦ ସହିତ ମୁଁ ଆଜି ନୟନତାରାଙ୍କୁ ବିବାହ କରିଛି ।
View this post on Instagram
ମନୋରଞ୍ଜନ ଠାରୁ ଆରମ୍ଭ କରି ରାଜନୀତି ଜଗତ ପର୍ଯ୍ୟନ୍ତ ଜଣାଶୁଣା ବ୍ୟକ୍ତିମାନେ ନୟନତାରା ଏବଂ ବିଗ୍ନେଶଙ୍କ ବିବାହରେ ସାମିଲ୍ ହୋଇଥିଲେ। ଏହି ବିବାହରେ ଶାହରୁଖ ଖାନ, ରଜନୀକାନ୍ତ, କାର୍ତ୍ତି, ଅନିରୁଦ୍ଧ ରବିଚାନ୍ଦ, ଦିଲୀପ, ବୋନି କପୁର ଏବଂ ଏଟିଲ୍ ଯୋଗ ଦେଇଥିଲେ। ଏହା ବ୍ୟତୀତ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା।