ମୁମ୍ବାଇ : ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ବିତିଗଲାଣି ୨ ବର୍ଷ । ସୋସିଆଲ୍ ମିଡିଆରେ ଫ୍ୟାନ୍ସମାନେ ମନେ ପକାଇ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି । ଏସବୁ ମଧ୍ୟରେ ଅଭିନେତ୍ରୀ ତଥା ସୁଶାନ୍ତ ସିଂହଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ମଧ୍ୟ ମନେ ପକାଇଛନ୍ତି ।
ଇଷ୍ଟ୍ରାଗ୍ରାମରେ ସୁଶାନ୍ତ ସିଂହ ରାଜପୁତଙ୍କ ଚାରୋଟି ଅନ୍ସିନ୍ ଫଟୋ ସେୟାର କରିଛନ୍ତି ରିୟା । ସୁଶାନ୍ତଙ୍କ ଏକ ପୁରୁଣା ଫଟୋ ଛାଡି ରିୟା ଲେଖିଛନ୍ତି ଯେ, ‘ସବୁ ଦିନ ତୁମେ ମୋର ମନେ ପଡୁଛ’ . ଏହାସହିତ ରିୟା ଚକ୍ରବର୍ତ୍ତୀ ଏକ ଦିଲ୍ ଚିତ୍ର ଥିବା ଇମୋଜି ମଧ୍ୟ ରଖିଛନ୍ତି ।
View this post on Instagram