Several people have died and more than 200 have been injured following a toxic gas leak at the port of Aqaba in Jordan.
ଜୋର୍ଡାନ ବନ୍ଦର ନଗରୀ ଅକାବାରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୨୫୧ ଜଣ ଅସୁସ୍ଥ ହୋଇପଡିଛନ୍ତି। ଯେପରି ଅଧିକ ଲୋକେ ଗ୍ୟାସ୍ ସଂସ୍ପର୍ଶରେ ଆସି ଅସୁସ୍ଥ ନ ହୁଅନ୍ତୁ ସେଥିଲାଗି ଆଖପାଖ ଅଞ୍ଚଳର ଲୋକଙ୍କୁ ଘରର ଦ୍ୱାର ଝରକା ବନ୍ଦ କରି ଘରେ ରହିବା ଲାଗି କର୍ତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିଛନ୍ତି। ସରକାରୀ ମୁଖପାତ୍ର ଫୈସଲ ଅଲ-ସାବୌଲ ପ୍ରଥମେ ଦୁର୍ଘଟଣା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ପୁଷ୍ଟି କରିଥିଲେ। ତେବେ ପରେ ମୃତ୍ୟୁ ସଂଖ୍ୟା ସୁଧାରି ୧୩ ଘୋଷଣା କରିଛନ୍ତି। ସାର୍ବଜନିକ ସୁରକ୍ଷା ନିର୍ଦ୍ଦେଶାଳୟ ମୁଖପାତ୍ରଙ୍କ ସୂତ୍ରରୁ ସରକାରୀ ସମ୍ବାଦ ସରବରାହ ସଂସ୍ଥା ପେଟ୍ରା ବିଷାକ୍ତ ଗ୍ୟାସ ପରିବହନ ପ୍ରକ୍ରିୟାରେ ଦୁର୍ଘଟଣା ଯୋଗୁ ଏପରି ହୋଇଥିବା କୁହାଯାଇଛି। ଅଧିକାରୀ ପରିସ୍ଥିତିର ପ୍ରଭାବ ଆକଳନ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଆଖପାଖ ଅଞ୍ଚଳର ୧୯୯ ରୁ ଅଧିକ ଲୋକେ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସରକାରୀ ଟେଲିଭିଜନ ଟ୍ୱିଟରରେ ପୁରା ଘଟଣାକ୍ରମର ଭିଡିଓ ଅପଲୋଡ କରାଯାଇଛି। ଭିଡିଓରେ ଷ୍ଟୋରେଜ୍ ଟ୍ୟାଙ୍କ ଖସିପଡୁଥିବା ଦେଖାଯାଇଛି। ଏଥିରେ ହଳଦିଆ ରଙ୍ଗର ଗ୍ୟାସ ବାହାରି ବାୟୁରେ ମିସି ବ୍ୟାପିଯିବା ଯୋଗୁ ଲୋକେ ପ୍ରଭାବିତ ହୋଇଥିବା କୁହାଯାଇଛି । ଗ୍ୟାସ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଲୋକଙ୍କୁ ଦୂରକୁ ନେବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ତେବେ ତା ପୂର୍ବରୁ ଘଟଣା ସ୍ଥଳରେ ସିଭିଲ ଡିଫେନ୍ସ ସର୍ଭିସ ପ୍ରଭାବିତ ଅଞ୍ଚଳରେ ବିଶେଷ ଟିମ୍ ମୁତୟନ କରିଛି। ଘଟଣାସ୍ଥଳରେ ବିଶେଷଜ୍ଞ ଓ ବିପଦଜନକ ପଦାର୍ଥ ପରିଚାଳନା ଟିମ୍ ସିଭିଲ ଡିଫେନ୍ସ ସ୍ପେଶାଲ ଟିମ ସହ ମିଶି ପରିସ୍ଥିତି ଆୟତ ଲାଗି ଉଦ୍ୟମ ଜାରି ରଖିଛନ୍ତି।
Back to top button