ଓଡ଼ିଶା
୪୭ତମ ରୁଚି ପ୍ରତିଷ୍ଠା ଦିବସ, ସମ୍ମାନିତ ହେଲେ ରାହୁଲଙ୍କ ଉଦ୍ଧାରରେ ସାମିଲ NDRF ଯବାନ

କଟକ: କଟକ ଖପୁରିଆରେ ଥିବା ରୁଚି ସ୍ପାଇସେସ୍ କାରଖାନା ପରିସରରେ ୪୭ତମ ରୁଚି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ କଟକ ଡିସିପି ପିନାକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଡିସିପି ପିନାକ ମିଶ୍ରଙ୍କ ସମେତ ଏନଡିଆରଏଫ୍ ଯବାନମାନଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା ।





