ଜାତୀୟରାଜନୀତି

ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ସୁପ୍ରିମକୋର୍ଟରୁ ବଡ ଆଶ୍ଵସ୍ତି, ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ନାହିଁ ବାଚସ୍ପତି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜନୈତିକ ଘଟଣାକ୍ରମ ମଧ୍ୟରେ ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ଶିବସେନା ଗୋଷ୍ଠୀକୁ ବଡ ଆଶ୍ଵସ୍ତି ମିଳିଛି। ସୋମବାର ସର୍ବୋଚ୍ଚ ନ୍ୟାୟାଳୟ ମହାରାଷ୍ଟ୍ର ବିଧାନସଭାର ନବ ନିଯୁକ୍ତ ବାଚସ୍ପତିଙ୍କୁ ଶିବସେନା ବିଧାୟକଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅଯୋଗ୍ୟତା କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ଵରେ ଶିବସେନାର ଦୁଇ ଗୋଷ୍ଠୀ ପରସ୍ପରର ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।

ସୁପ୍ରିମକୋର୍ଟ ଯାଚିକାର ଶୁଣାଣି ନହେବା ପର୍ଯ୍ୟନ୍ତ ୧୬ ବିଧାୟକଙ୍କ ଅଯୋଗ୍ୟତା ମାମଲାରେ କୌଣସି ନିର୍ଣ୍ଣୟ ନନେବା ପାଇଁ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତିଙ୍କୁ ସୂଚିତ କରାଇବାକୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ   କହିଛନ୍ତି। ଅଦାଲତ କହିଛନ୍ତି, ଏହି ମାମଲାର ଶୁଣାଣି ପାଇଁ ଖଣ୍ଡପୀଠ ଗଠନ କରାଯିବାର ଆବଶ୍ୟକତା ରହିଛି। ମାମଲାକୁ ତାଲିକାଭୁକ୍ତ କରିବାକୁ କିଛି ସମୟ ଲାଗିବ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ଶିବସେନା ଗୋଷ୍ଠୀଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଆଶ୍ଵସ୍ତି ଦେଇଛି। ଏଥିସହ ଅଦାଲତ ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ବିଧାୟକଙ୍କୁ ଆଶ୍ଵସ୍ତି ଦେଇ କହିଛନ୍ତି ଯେ, ନୂତନ ବାଚସ୍ପତି ସଂପ୍ରତି କୌଣସି ବି ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରିବେ ନାହିଁ। ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ବିଧାୟକ ତାଙ୍କ ବିରୋଧରେ ଅଯୋଗ୍ୟତାର କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସୁପ୍ରିମକୋର୍ଟରେ ଅଭିଯୋଗ କରିଥିଲେ।

ପ୍ରଧାନ ବିଚାରପତି ଏନଭି ରମନ୍ନା କହିଛନ୍ତି, ବାଚସ୍ପତି ବର୍ତ୍ତମାନ ଅଯୋଗ୍ୟତା ମାମଲାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ। ଏହି ମାମଲାର ଶୁଣାଣି ପାଇଁ ଶୀଘ୍ର ଏକ ଖଣ୍ଡପୀଠ ଗଠନ କରାଯିବ। ବର୍ତ୍ତମାନ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୌଣସି ତାରିଖ ଦେଇ ପାରିବୁ ନାହିଁ। ସୁପ୍ରିମକୋର୍ଟଙ୍କୁ ଏକନାଥ ସିନ୍ଦେ ସରକାରଙ୍କ ସାମ୍ବିଧାନିକତା ଉପରେ ନିଷ୍ପତ୍ତି ଶୁଣାଇବାର ଅଛି। ଏଥିସହ ଏହାର ନିର୍ଣ୍ଣୟ ମଧ୍ୟ ନେବେ ଯେ, ଶିବସେନାର ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ ହେବେ କି ନାହିଁ। ଏକ ସଙ୍ଗେ ଏହି ସବୁ ମାମଲାର ଶୁଣାଣି କରାଯିବ। ସେ ପର୍ଯ୍ୟନ୍ତ ବର୍ତ୍ତମାନର ବାଚସ୍ପତି ଉଦ୍ଧବ ାକରେ ଗୋଷ୍ଠୀର କୌଣସି ବି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com