ଜାତୀୟମନୋରଞ୍ଜନ

ଆଲିଆଙ୍କ ପରେ ଗୁଡନ୍ୟୁଜ୍‌ ଦେବେ କି କ୍ୟାଟ୍ରିନା ! ଫ୍ୟାନ୍ସ କଲେ ଏପରି ପ୍ରଶ୍ନ

ମୁମ୍ବାଇ: ବଲିଉଡରେ ଗୋଟିଏ ପରେ ଗୋଟିଏ ଅଭିନେତ୍ରୀ ଖୁସି ଖବର ସେୟାର କରୁଛନ୍ତି। ନିକଟରେ ସୋନମ୍‌ କପୁର ଠାରୁ ଆଲିଆ ଭଟ୍ଟ ପର୍ଯ୍ୟନ୍ତ ତାଙ୍କ ପ୍ରେଗନେନସି ନ୍ୟୁଜ୍‌ ପ୍ରଶଂସକଙ୍କ ସହ ସେୟାର କରିଥିଲେ। ହେଲେ ଏହି ସମୟରେ କ୍ୟାଟ୍ରିନା କୈଫ୍‌ଙ୍କ ବିଷୟରେ କଳ୍ପନା ଜଳ୍ପାନା କରାଯାଉଛି। କୁହାଯାଉଛି କି ସେ କୁଆଡେ ମାଆ ହେବାକୁ ଯାଉଛନ୍ତି। ଏହା ଆମେ ହିଁ ନୁହେଁ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଏହା କହୁଛନ୍ତି। ଯାହା ସୋସିଆଲ୍‌ ମିଡିଆରେ ଏବେ ଭାଇରାଲ୍‌ ହେବାରେ ଲାଗିଛି ।

ନିକଟରେ, ଇ-ଟାଇମ୍ସର ଇନଷ୍ଟାଗ୍ରାମ୍‌ରେ ଲୋକଙ୍କୁ ପଚାରିଥିଲେ କ୍ୟାଟ୍ରିନା କୈଫ୍‌ କାହିଁକି ଲାଇମଲାଇଟ୍ ଠାରୁ ଦୂରରେ ଅଛନ୍ତି? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରଶ୍ନ ଉପରେ ଅଧିକାଂଶ ପ୍ରଶଂସକ ଅଭିନେତ୍ରୀଙ୍କୁ ଗର୍ଭବତୀ ଅଛନ୍ତି ବୋଲି କହି ଅନୁମାନ କରିଛନ୍ତି। ଏହାକୁ ନେଇ ଜଣେ ପ୍ରଶଂସକ ଲେଖିଛନ୍ତି, ବୋଧହୁଏ ସେ ଗର୍ଭବତୀ ଅଛନ୍ତି ଏଥିପାଇଁ ରେଷ୍ଟ ନେଉଛନ୍ତି। ଅନ୍ୟପକ୍ଷରେ, ଅନ୍ୟ ଜଣେ ପ୍ରଶଂସକ ଦାବି କରିଛନ୍ତି ବୋଧ ହୁଏ ସେ ଖୁବ୍ ଶୀଘ୍ର ସେ ଏହାକୁ ଜନ୍ମଦିନରେ ଏହା ଘୋଷଣା କରିପାରନ୍ତି।

କ୍ୟାଟ୍ରିନା ବିକିଙ୍କୁ ରାଜସ୍ଥାନର ଏକ ରାଜକୀୟ ଢଙ୍ଗରେ ବିବାହ କରିଥିଲେ। ବିବାହ ପରେ ଅଭିନେତ୍ରୀଙ୍କୁ ଅନେକ ଥର ବିକିଙ୍କ ସହ ଦେଖିବାକୁ ମିଳିଥିଲା, କିନ୍ତୁ ଗତ କିଛି ଦିନ ହେବ ସେ ଲାଇମଲାଇଟ୍ ଠାରୁ ଦୂରରେ ଥିଲେ। ଶେଷ ଥର ପାଇଁ କରଣ ଜୋହରଙ୍କ ୫୦ ତମ ଜନ୍ମଦିନ ବିକିଙ୍କ ସହ ନଜର ଆସିଥିଲେ । ଏଭଳି ପରିସ୍ଥିତିରେ ତାଙ୍କ ପ୍ରଶଂସକମାନେ କ୍ୟାଟ୍ରିନାଙ୍କ ବିଷୟରେ ନା ନା ଚିନ୍ତା କରୁଥିବାବେଳେ କିଛି ନେଟେନିଜେନ୍ ତାଙ୍କ ଗର୍ଭଧାରଣ ବିଷୟରେ କଳ୍ପନା କରୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com