ଜାତୀୟ

କାରକୁ ଓଭରଟେକିଂ ମହଙ୍ଗା ପଡ଼ିଲା; ସାମ୍ବାଦିକଙ୍କୁ ପିଟି ପିଟି ହତ୍ୟା

ଲକ୍ଷ୍ନୌ() ଉତ୍ତରପ୍ରଦେଶର ସାହାରନପୁରରେ ଏକ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ କାରକୁ ଓଭରଟେକିଂ କରିବା ଘଟଣାରେ ଉତ୍‌କ୍ଷିପ୍ତ ହୋଇ ଜଣେ ସାମ୍ବାଦିକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ୩ ଜଣ ଯୁବକ। ଏହି ଘଟଣାରେ ଉତ୍ତରପ୍ରଦେଶ ପୁଲିସ ଗୁରୁବାର ଦୁଇ ଜଣଙ୍କୁ ଗିରଫ କରିଛି।

ପୁଲିସ ସୂଚନା ଅନୁଯାୟୀ, ମୋଟର ସାଇକେଲରେ ଆସୁଥିବା ସାମ୍ବାଦିକ ଜଣକ ବାଟରେ ଏକ କାରକୁ ଅତିକ୍ରମ କରିଥିଲେ; ଯେଉଁଥିରେ ତିନି ଜଣ ଯୁବକ ବସିଥିଲେ। ଏଥିରେ କ୍ରୋଧିତ ହୋଇ ତିନି ଜଣ ଯୁବକ ରାସ୍ତା ଉପରେ ସାମ୍ବାଦିକଙ୍କୁ ଅଟକାଇ ପିଟିଥିବା ଅଭିଯୋଗ ହୋଇଛି। ମୃତ ପୀଡିତ, ଚିଲକାନାର ବାସିନ୍ଦା ଏବଂ ଜଣେ ସାମ୍ବାଦିକ। ସେ ତାଙ୍କ ମୋଟର ସାଇକେଲରେ ସାହାରନପୁର ଆଡକୁ ଆସୁଥିଲେ ଏବଂ ବାଟରେ ଏକ ଅଲ୍‌ଟୋ କାରକୁ ପଛରେ ପକାଇଦେଇଥିଲେ। ଯେଉଁଥିରେ ତିନି ଜଣ ବସିଥିଲେ। ତେବେ, ଓଭରଟେକିଂକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏବଂ ୪୦ ବର୍ଷ ବୟସ୍କ ସାମ୍ବାଦିକଙ୍କୁ ଗାଡ଼ିରେ ଆସୁଥିବା ତିନି ଜଣ ବ୍ୟକ୍ତି ପିଟିଥିଲେ। ଯାହା ଫଳରେ ସାମ୍ବାଦିକଙ୍କୁ ଗୁରୁତର ଆଘାତ ଲାଗିଥିଲା ବୋଲି ସାହାରନପୁର ଆରକ୍ଷୀ ଅଧୀକ୍ଷକ (ଏସପି) ରାଜେଶ କୁମାର କହିଛନ୍ତି।

ଆହତ ସାମ୍ବାଦିକଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ କାରରେ ଥିବା ଯୁବକମାନେ ଘଟଣାସ୍ଥଳରୁ ପଳାୟନ କରିଥିଲେ। ତେବେ, ଆମେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛୁ, ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରାଯାଉଛି ବୋଲି ଏସପି କହିଛନ୍ତି।
ବୁଧବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ମୃତକଙ୍କ ନାମ ସୁଧୀର ସାଇନି ହୋଇଥିବାବେଳେ ପୁଲିସ ହାତରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଜାହାଙ୍ଗୀର ଏବଂ ଫରମାନ ବୋଲି ଜଣାପଡିଛି। ଏଘଟଣା ସଂପର୍କରେ ସାହାରନପୁରର ସିକ୍ରି ପୁଲିସ ଷ୍ଟେସନରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ଅନୁଯାୟୀ ଏକ ମାମଲା ରଜ୍ଜୁ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com