ଜାତୀୟ

ଆଜିର ଶ୍ରବଣ କୁମାର ! ପିତାମାତାଙ୍କୁ ଦୋଳାରେ ବସାଇ ବାବଧାମ ଯାତ୍ରାରେ ପୁଅ-ବୋହୂ

ଜହାନାବାଦ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ପୁଅ-ବୋହୂଙ୍କ ଭିଡିଓ, ଯେଉଁମାନେ ନିଜ ମାତାପିତାଙ୍କୁ ଦୋଳାରେ ବସାଇ ଦେଓଘର ବାବାଧାମ ଯାତ୍ରାରେ ବାହାରିଛନ୍ତି। ବିହାର ଜହାନାବାଦରୁ ୧୦୦ କିଲୋମିଟର ଦୂର ଦେଓଘର ସେମାନେ ପାଦରେ ଚାଲିଚାଲି ପାର କରିବେ। ଏବେ ଶ୍ରାବଣ କାଉଡିମେଳା, ଲୋକେ ଜଳାଭିଷେକ ଲାଗି ସାରା ଦେଶରେ ପବିତ୍ର ନଦନଦୀରୁ ପାଣି ଉଠାଇ ବିଭିନ୍ନ ଶିବାଳୟ ଅଭିମୁଖେ ଯାତ୍ରା କରୁଛନ୍ତି। ଏଥିରେ ନିଜ ପିତାମାତାଙ୍କୁ ବାବାଧାମ ଦର୍ଶନ ଲାଗି ବିହାର ଜହାନାବାଦର ଚନ୍ଦନ ପ୍ରସାଦ ଓ ତାଙ୍କ ପତ୍ନୀ ରୀନା ଦେବୀଙ୍କ ଯାତ୍ରା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି।

ଚନ୍ଦନ ଓ ରୀନା ଏକ ଲମ୍ବା ବାହୁଙ୍ଗୀରେ ସେମାନଙ୍କର ବୃଦ୍ଧ ମାତାପିତାଙ୍କୁ ଦୋଳାରେ ବସାଇ ରାସ୍ତାରେ ଚାଲୁଥିବାର ଦୃଶ୍ୟ ଯିଏ ବିଦେଖୁଛି ଅଟକି ଯାଉଛି। ଶ୍ରବଣ କୁମାରଙ୍କ ପରି  ବୃଦ୍ଧବୃଦ୍ଧାଙ୍କୁ ବାହୁଙ୍ଗୀରେ ବୋହି ରାସ୍ତା ଚାଲୁଥିବା ବେଳେ ଚନ୍ଦନଙ୍କୁ ତାଙ୍କ ପତ୍ନୀ ରୀନା ବରାବର ସହଯୋଗ କରୁଛନ୍ତି। ପୁରା ପରିବାର ଏହି  ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ରୀନା ଓ ଚନ୍ଦନ ପିତାମାତାଙ୍କୁ ଦୋଳାରେ ବସାଇ ରାସ୍ତା ଚାଲୁଥିବା ବେଳେ ସେମାନଙ୍କର ଦୁଇ ପିଲା ଅନ୍ୟ ଆବଶ୍ୟକ ସାମଗ୍ରୀ ସହ ସେମାନଙ୍କ କଡେ କଡେ ଚାଲୁଛନ୍ତି।

ରାସ୍ତାରେ ଚାଲୁଥିବା ବେଳେ ଚନ୍ଦନ ଓ ରୀନାଙ୍କ ପରିବାର ଉପରେ ଯାହାର ବି ନଜର ପଡୁଛି ସେ ଅଟକି ଯାଉଛି। ରାସ୍ତାକଡର ଦୋକାନୀ ହୁଅନ୍ତୁ କି ସାଙ୍ଗରେ ଚାଲୁଥିବା ସାଥୀ କାଉଡିଆ ରାସ୍ତାରେ ସେମାନଙ୍କ ଫଟୋ ନିଜନିଜ ମୋବାଇଲରେ ଉଠାଇ ନେଉଛନ୍ତି। ଏଥିରେ ଚନ୍ଦନ ଓ ରୀନାଙ୍କୁ ପୋଲିସ ଓ ଅନ୍ୟମାନେ ମଧ୍ୟ ବେଶ ସହଯୋଗ କରୁଛନ୍ତି। ଚନ୍ଦନ ଓ ରୀନାଙ୍କୁ ସେମାନଙ୍କ ପିଲାମାନେ ମଧ୍ୟ ସହାୟତା କରୁଥିବାର ଦେଖା ଯାଉଛି। ଚନ୍ଦନ ଓ ରୀନା ଶ୍ରାବଣରେ ସେମାନଙ୍କ ମାତାପିତାଙ୍କୁ ବାହୁଙ୍ଗିରେ ବୋହି ୧୦୦ କିଲୋମିଟର ଯିବେ।

ଚନ୍ଦନ ସତ୍ୟନାରାୟଣ ପୂଜା କରନ୍ତି। ଏଥିରେ ଶ୍ରାବଣରେ ମାତା ପିତାଙ୍କୁ ବାହୁଙ୍ଗିରେ ବୋହି ଦେଓଘର ବାବାଧାମ ଯିବା ଲାଗି ତାଙ୍କ ମନରେ ଭାବନା ଉଦ୍ରେକ ହୋଇଥିଲା। ଏହି କଥା ପତ୍ନୀ ରୀନାଙ୍କୁ ଜଣାଇବାରୁ ସେ ମଧ୍ୟ ରାଜି ହୋଇଯାଇଥିଲେ। ଏଣୁ ପିଲାଙ୍କୁ ସାଙ୍ଗରେ ଧରି ଚନ୍ଦନ ଓ ରୀନା ପିତାମାତାଙ୍କୁ ଦୋଳାରେ ବସାଇ ଦେଓଘର ବାହାରିଛନ୍ତି।

Related Articles

Back to top button