ଅନ୍ୟାନ୍ୟ

୨୦୨୫ ଶେଷ ସୁଦ୍ଧା ଭାରତୀୟ ବାୟୁସେନାରୁ ମିଗ୍-୨୧  ବିମାନ ସେବା ବନ୍ଦ ହୋଇଯିବ

ନୂଆଦିଲ୍ଲୀ, ୩୦/୦୭/୨୦୨୨- ଆଉ ଉଡିବନି ମିଗ୍‌-୨୧ ଯୁଦ୍ଧ ବିମାନ । ୨୦୨୫ ଶେଷ ସୁଦ୍ଧା ଭାରତୀୟ ବାୟୁସେନାରୁ ମିଗ୍-୨୧ ବିମାନ ସେବାରୁ ଅବସର ନେବ । ଏହି ଲଢୁଆ ବିମାନ ୧୯୯୯ କାର୍ଗିଲ ଯୁଦ୍ଧ ଓ ୨୦୧୯ ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକକୁ ସଫଳ କରାଇଥିଲା । ଗୁରୁବାର ସଂଧ୍ୟାରେ ରାଜସ୍ଥାନର ବାରମେରରେ ମିଗ୍-୨୧ ର ଏକ ଟ୍ରେନର ଏୟାରକ୍ରାଫ୍ଟ ଦୁର୍ଘଟଣା ଯୋଗୁଁ ଦୁଇ ପାଇଲଟ୍ ଫ୍ଲାଇଟ ଲେଫ୍ଟନାଣ୍ଟ ଏ. ବାଲା ଓ ଓ୍ୱିଙ୍ଗ କମାଣ୍ଡର ରାଣାଙ୍କ ମୃତ୍ୟୁ ହୋଇଥିଲା । କେବଳ ଏତିକି ନୁହେଁ ଗତ କିଛି ବର୍ଷ ଧରି ମିଗ୍-୨୧ ଦୁର୍ଘଟଣା ବୃଦ୍ଧି ପାଇଛି । ଯେଉଁଥି ପାଇଁ ମିଗ୍-୨୧ କୁ ଭାରତୀୟ ବାୟୁସେନାରୁ ନିବୃତ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସମୟରେ ମିଗ୍ ବିମାନ ଦୁର୍ଘଟଣାରେ ୫୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ ପାଇଲଟଙ୍କ ଜୀବନ ଯାଇଛି। ଯାହା ପରେ ଏହି ବିମାନକୁ ଭାରତୀୟ ସେନାରୁ ଅବସର ଦେବାକୁ ଆଲୋଚନା ହୋଇ ଆସୁଥିଲା । ବାୟୁସେନା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଶ୍ରୀନଗରରେ ଅବସ୍ଥାପିତ ମିଗ୍-୨୧ ର ଗୋଟିଏ ସ୍କ୍ୱାର୍ଡନକୁ ଅବସର ଦିଆଯିବ।  ୨୦୨୫ ଶେଷ ସୁଦ୍ଧା ବାକି ୩ଟି ସ୍କ୍ୱାର୍ଡନକୁ ଅବସର ଦିଆଯିବ ।  ଫଳରେ ୨୦୨୫ ଶେଷ ସୁଦ୍ଧା ଭାରତୀୟ ବାୟୁସେନାରୁ ମିଗ୍-୨୧  ବିମାନ ସେବା ବନ୍ଦ ହୋଇଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com