ଓଡ଼ିଶା

ଶ୍ରୀମନ୍ଦିରରେ ଖସାପଡ଼ା ଲାଗି ନୀତି ପାଇଁ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ଶ୍ରାବଣ ଶୁକ୍ଳ ଚତୁର୍ଥୀ ତିଥି ଅବସରରେ ସୋମବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ। । ଏହା ଗୁପ୍ତନୀତି ହୋଇଥିବାରୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ସେବା ସମୟରେ ଠାକୁରଙ୍କ ସାଧାରଣ ଦର୍ଶନ ମନା ଥାଏ । ଖସାପଡ଼ା ନୀତି ଦ୍ୱାରା ଦାରୁ ବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା ହୋଇଥାଏ । ଦଇତାପତି ସେବକମାନେ ଶ୍ରୀବିଗ୍ରହଙ୍କ ଏହି ସେବା ସମ୍ପନ୍ନ କରିବେ । ଦ୍ୱିପ୍ରହର 3 ଧୂପ ପରେ ଠାକୁରଙ୍କ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ । ରଥଯାତ୍ରା ଅବସରରେ ଠାକୁରଙ୍କ ଶ୍ରୀଅଙ୍ଗକୁ ବାଧା ପହଞ୍ଚିଥାଏ । ଏଣୁ ଖସାପଡ଼ା ନୀତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ହୁଏ । ବର୍ଷରେ ଦୁଇରୁ ତିନିଥର ଏହି ନୀତି ସମ୍ପାଦନ କରାଯାଏ।

Related Articles

Back to top button
WP Twitter Auto Publish Powered By : XYZScripts.com