ଓଡ଼ିଶାଜାତୀୟରାଜନୀତି

ସାନଖେମୁଣ୍ଡିରେ ସ୍ଵାଧୀନତା ଦିବସ ପାଳନ, ଜାତୀୟ ପତାକା ଉତ୍ତୋଳନ କଲେ ବିଧାୟକ ରମେଶ ଜେନା

ବ୍ରହ୍ମପୁର, ୧୭/୦୮/୨୦୨୨-   ଭାରତୀୟ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ନେଇ ଚଳିତ ବର୍ଷ ସ୍ୱାଧିନତା ଦିବସ ପାଳିତ ହୋଇଥିବା ବେଳେ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଉତ୍ସାହ ଦେଖିବାକୁ ମିଳିଛି । ପାଟପୁର ଥାନା , ସାନଖେମୁଣ୍ଡି ଶିଶୁ ବିକାଶ ସେବା ପ୍ରକଳ୍ପ , ବ୍ଲକ କାର୍ଯ୍ୟାଳୟ , ତହସିଲ କାର୍ଯ୍ୟାଳୟ ,ବିଦ୍ୟୁତ ବିଭାଗ ଆଦି କାର୍ଯ୍ୟାଳୟରେ ସୀମିତ ସମାଗମରେ ଏହା ପାଳିତ ହୋଇଥିବା ବେଳେ ସୁଚିନ୍ତିତ ଢଙ୍ଗରେ ଖଲିଙ୍ଗିର ନିର୍ଦ୍ଧିଷ୍ଟ ଯୁବ ଗୋଷ୍ଠୀଙ୍କ ଦ୍ଵାରା  ମୋଟର ସାଇକେଲରେ ତ୍ରିରଙ୍ଗା ଯାତ୍ରା ଅନ୍ୟ ଯୁବଗୋଷ୍ଠୀଙ୍କ ମାରାଥନ ଦୌଡ଼ ଏବଂ ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କ ପାଟପୁର ଗାନ୍ଧୀଛକ ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ଓ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅବସରରେ ଫିକା ପଡ଼ିଥିଲା । କଂଗ୍ରେସ ଦଳ ଡାକରାରେ ତ୍ୟାଗ ଓ ବଳିଦାନର ୭୫ ବର୍ଷ ଅଗଷ୍ଟ ୯ କ୍ରାନ୍ତି ଦିବସରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ସ୍ୱାଧିନତାର ଗୌରବ ଯାତ୍ରା ପ୍ରତିକୂଳ ପାଗ ଯୋଗୁ କିଛି ସ୍ଥାନରେ ସ୍ଥଗିତ ରହିବା କାରଣରୁ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଏହା ଶେଷ ସମୟରେ ବାତିଲ ହୋଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷର ସ୍ଵାଧୀନତା ଦିବସ ପାଳନ ଅବସରରେ ପାଟପୁର ଗାନ୍ଧୀ ଛକରେ ସାନଖେମୁଣ୍ଡି ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ସମର୍ଥକଙ୍କ ସହ ପତାକା ଉତ୍ତୋଳନ ସହ ଅଞ୍ଚଳ ବାସୀଙ୍କ ପ୍ରତି ଥିବା ଅଭିଭାଷଣ ଅନ୍ୟ ଯୋଜନାକୁ ଭଣ୍ଡୁର କରିଥିଲା । ଏହା ବ୍ୟତୀତ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସାନଖେମୁଣ୍ଡି ସାହିତ୍ୟ ସାଂସଦ ମିଳିତ ସୌଜନ୍ୟରୁ ପାଟପୁର ଲକ୍ଷ୍ମୀ ମନ୍ଦିର ପରିସରରେ ଏକ କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବରିଷ୍ଠ କବି ସାହିତ୍ୟିକ ଲୋକ କଳାକାରଙ୍କୁ ଏକତ୍ର କରାଯାଇ ସ୍ୱାଧୀନତାର ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ସାହିତ୍ୟ ଆସରର ଆୟୋଜନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ପୋଡାମାରୀ ପଞ୍ଚାୟତ ପକ୍ଷରୁ ଏକ ହଜାରରୁ ଉର୍ଦ୍ଧ୍ୱ ସମାଗମରେ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଇ ଗ୍ରାମ ପରିକ୍ରମା ସହ ବରିଷ୍ଠ ନାଗରିକଙ୍କୁ ନିମନ୍ତ୍ରିତ ଅତିଥି ଭାବରେ ପାଟପୁର ଥାନା ଅଧିକାରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ସହ ସମ୍ମାନିତ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com