
ବ୍ରହ୍ମପୁର, ୦୬/୦୯/୨୦୨୨- ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ମିଶ୍ରଣ ପର୍ବ ସେପ୍ଟେମ୍ବର ୫ ରେ ତାରିଖ ଦିନ ପୋଲସରା ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ୨୫୦୦ ରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସ ନେତା ଓ କର୍ମୀ ସମେତ ବହୁ ନିର୍ବାଚିତ ଜନପ୍ରତିନିଧି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ।
ଓଡିଶାର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ ସଙ୍ଗଠନକୁ ମଜବୁତ୍ କରିବା ନିମନ୍ତେ ବିଜେପି ଓ କଂଗ୍ରେସ ଛାଡିଥିବା ନବାଗତ କର୍ମୀ ମାନଙ୍କୁ ସ୍ଵାଗତ କରିଥଲେ । ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ମିଶ୍ରଣ ପର୍ବରେ ପୋଲସରା ଏନ୍ଏସି ର ପୂର୍ବତନ ନଗରପାଳ ସୌଦାମିନୀ ସାହୁ, ଦୁର୍ଯୋଧନ ସାହୁ, ପୂର୍ବତନ ନଗର ବିଜେପି ସଭାପତି ନାରାୟଣ ସାହୁ, ନବ ନିର୍ବାଚିତ ବିଜେପି କାଉନସିଲର, ଭାବରଡା ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ବିଷୋୟୀ, ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବିରଞ୍ଚିପୁର ପଞ୍ଚାୟତର ସମିତିସଭ୍ୟା ଅଳକା ନନ୍ଦ, ଅରଖପୁର ପଞ୍ଚାୟତର ସରପଞ୍ଚ ମିନତୀ ମଲ୍ଲିକ, ସମିତିସଭ୍ୟା ଶାନ୍ତିଲତା ସ୍ବାଇଁ ପ୍ରମୁଖଙ୍କ ନେତୃତ୍ବରେ ହଜାର ହଜାର ସଂଖ୍ୟାରେ ସମର୍ଥକ ଏକ ଶୋଭାଯାତ୍ରାରେ ବାହାରି ମହାମିଶ୍ରଣ ପର୍ବ ସ୍ଥଳରେ ପହଞ୍ଚି ଥିଲେ । ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସମେତ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଜିଲ୍ଲା ବିଜେଡ଼ି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ବିଜେଡି ନେତୃବୃନ୍ଦ ନବାଗତଙ୍କୁ ସ୍ଵାଗତ କରିଥିଲେ ।
ଏହି ମିଶ୍ରଣ ପର୍ବରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ବିଜେପି ଦଳ ଛାଡି ଥିବା ଘୁମୁସର ଜିଲ୍ଲା ଯୁବ ସଭାପତି ପ୍ରମୋଦ କୁମାର ପଣ୍ଡା । ସେ ଜଣେ ସମାଜସେବୀ, ଯୁବ ସଙ୍ଗଠକ ଓ ଆଗଧାଡିର ଟାଣୁଆ ନେତା । ସେ ବିଜେଡିରେ ମିଶିବା ପରେ ତାଙ୍କର କାର୍ଯ୍ୟ ଦକ୍ଷତାକୁ ଦେଖି ବିଜେଡି ଦଳ ପକ୍ଷରୁ ତାଙ୍କୁ ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି। ବିଜେପି ଯେପରି ଭାବେ ଅସମ୍ମାନ କରିଥିଲା ତାର ଉପଯୁକ୍ତ ମୁକାବିଲା ପାଇଁ ପ୍ରମୋଦ ବାବୁ ବିଜେଡିରେ ମିଶି ଏହି ମିଶ୍ରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ ଓ ସମ୍ପାଦକ ଅଶୋକ କୁମାର ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ ।




