ଧଉଳି, ୦୯/୦୯/୨୦୨୨- ଭୁବନେଶ୍ୱର ଉପକଣ୍ଠ ଧଉଳି ଶାନ୍ତିସ୍ତୂପରେ ପାଳନ ହେବ ବିଶ୍ୱସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ । ଏଥିଲାଗି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଚଳିତ ମାସ ଶେଷ ସୁଦ୍ଧା ଯେପରି ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ ସରିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
ଏହି ଉତ୍ସବ ଲାଗି ବିଶ୍ୱର ବିଭିନ୍ନ ଦେଶରୁ ଶତାଧିକ ବୌଦ୍ଧ ସନ୍ନ୍ୟାସୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର ୨୮ ତାରିଖରେ ସୁବର୍ଣ୍ଣ ଜୟନ୍ତୀର ମୁଖ୍ୟ ଉତ୍ସବ ଆରମ୍ଭ ହେବ । ବିଶ୍ୱସ୍ତରୀୟ ଉତ୍ସବକୁ ଯେପରି ସର୍ବୋତମ ଭାବେ ସଫଳ କରାଯାଇପାରିବ ସେଥିଲାଗି ଧ୍ୟାନ ଦେବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।