ଅନ୍ୟାନ୍ୟ
ଭୂମିକମ୍ପରେ ଥରିଲା ଲଦାଖ
କାର୍ଗିଲ, ୧୯/୦୯/୨୦୨୨- ଲଦାଖରେ ଭୂମିକମ୍ପ । ସୋମବାର ସକାଳ ୯.୩୦ ରେ କାର୍ଗିଲରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଭୂମିଠାରୁ ୧୦ କିଲୋମିଟର ତଳେ ଏହାର କେନ୍ଦ୍ରସ୍ଥଳ ଥିଲା ରହିଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରହିଛି । କୌଣସି କ୍ଷୟକ୍ଷତି ହୋଇଥିବାର ଜଣା ପଡିନାହିଁ । ଏହା ପୂର୍ବରୁ ଶନିବାର ଏବଂ ରବିବାର ୨୪ ଘଣ୍ଟା ମଧ୍ୟରେ ତାଇୱାନରେ ତିନୋଟି ସ୍ଥାନରେ ଭୟଙ୍କର ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଯାହାଦ୍ୱାରା ଅନେକ ସ୍ଥାନରେ ରାସ୍ତା ଘାଟ ଫାଟିବା, ପୋଲ ଭୂଶୁଡିବା ସହ ଟ୍ରେନଗୁଡିକ ଟ୍ରାକ ଚ୍ୟୁତ ହୋଇଥିଲା ।